ନବରଙ୍ଗପୁର , ୦୫/୧୧/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲା ଉମରକୋଟରେ ଜିଲାସ୍ତରୀୟ କଲାର ସମାଜର ଇଷ୍ଟଦେବ ଶ୍ରୀ ସହସ୍ରାର୍ଜୁନଙ୍କ ବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଏହା ନୂଆ ବସଷ୍ଟାଣ୍ଡରୁ ଶୋଭାଯାତ୍ରାରୁ ଆସି ପୂଜାସ୍ଥଳ ରାମ ମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପରେ ପହଂଚିଥିଲା । ମଣ୍ଡପରେ ଇଷ୍ଟଦେବଙ୍କ ନିକଟରେ ଥିବା ପୂଜା ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ପରେ ଆୟୋଜିତ ସଭାରେ ଜିଲା ସଭାପତି ପଦ୍ମନାଭ ପାଣ୍ଡେ ସଭାପତିତ୍ୱ କରିଥିଲେ । ସହସ୍ରବାହୁଙ୍କର କୀର୍ତି, ଗାଥା ଓ ବଂଶାବଳୀ ଉପରେ ବିଭିନ୍ନ ବକ୍ତା ଯଥା ଝରିଗାଁ ସଭାପତି ମାଧବ କଲାର, ଉମରକୋଟ ସଭାପତି ଝିତୁରାମ ସେଠିଆ, ରାଇଘର ସଭାପତି ଦଶମତ ପ୍ରୋୟାମ, ଡାବୁଗାଁ ସଭାପତି ବିଶ୍ୱମ୍ବର ପାଣ୍ଡେ ନିଜର ମତାମତ ଦେଇଥିଲେ । କଲାର ସମାଜର ଉତ୍ପତିି ଓ ବଂଶାବଳୀ ବିଷୟରେ ଜିଲା ସଂଯୋଜକ ରାମନାଥ କଲାର ଓ ଛତିଶଗଡ ବେଡ଼ାଗାଁ ଉପସଭାପତି ଅନିରୁଦ୍ଧ ନାଏକ, ଗୋବିନ୍ଦ ମାଝି, ତି୍ରଲୋଚନ ପାଣ୍ଡେ, ନୈନା ମାଝୀ, ସବିତା କଲାର, କେତକୀ ବାଘେଲ, ଦୁଶିଲା ନାଏକ ପ୍ରମୁଖ ସହ ପ୍ରାୟ ତିନିହଜାର କଲାର ସମାଜର ସଦସ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର