Tuesday , October 26 2021
Breaking News
Home / ବିଶେଷ / ଚାକିରି ଛଡାଇ ନେଲା ପ୍ରଶାସନ – ଇଚ୍ଛାମୃତୁ୍ୟ ପାଇଁ କିନ୍ନରଙ୍କ ଚିଠି

ଚାକିରି ଛଡାଇ ନେଲା ପ୍ରଶାସନ – ଇଚ୍ଛାମୃତୁ୍ୟ ପାଇଁ କିନ୍ନରଙ୍କ ଚିଠି

ଜୟପୁର,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଜୟପୁରରେ ୧୯ କିନ୍ନରଙ୍କୁ ଆତ୍ମନିର୍ଭରଶୀଳ କରାଯାଇଥିଲା । ସେମନଙ୍କୁ ଉପଖଣ୍ଡ କିକିତ୍ସାଳୟରେ ୨୦୧୬ରେ ଟେନିଂ ଦେଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା । ବର୍ତମାନ ଜିଲା ଚିକିତ୍ସାଳୟ ଜୟପୁର ଆସିଥିବା ବେଳେ ଏହି କିନ୍ନରଙ୍କୁ ସୁରକ୍ଷା କର୍ମୀ ଦାୟୀତ୍ୱରୁ ବାହାର କରାଯାଇଛି । ଏ ନେଇ ୫ କିନ୍ନର ଅଖିଳ ତୃତୀୟ ଲିଙ୍ଗି ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡାଙ୍କୁ ଏପରି ଜୀବନ ନରଖି ଇଚ୍ଛାମୃତୁ୍ୟ ପାଇଁ ଆବେଦନ କରିଥିବା ଜଣାଯାଇଛି । କିନ୍ନରମାନେ ଜଣାଇଛନ୍ତି, ସେମାନଙ୍କୁ ପ୍ରଶାସନ ତରଫରୁ ଟ୍ରେନିଂ ଦେଇ ଉପଖଣ୍ଡ ଚିକିତ୍ସାଳୟରେ ରାଜେଶ୍ୱରୀ ନାଏକ, ମଙ୍ଗଳଘନ ଗରଡା, ରସିକ ପାଇକ, ଚୈତନ୍ୟ ଗଲରୀ, କୋଟି ମହାରଣା, ଶିବ ଜାନୀ, ରାମ ଜାନୀ, ରିଶୋର କୁଲଦୀପ ଆଦିଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା । ପ୍ରଥମେ ସେମାନଙ୍କୁ ୬୯୦୦ ଟଙ୍କା ପ୍ରଦାନ କରାଯାଉଥିଲା । ପୁଣି ଜିଲା ଚିକିତ୍ସାଳୟ ହେବା ପରେ ସେଠାରେ ସେମାନଙ୍କୁ ରଖା ଯାଇଥିଲା । ବର୍ତମାନ ସେମାନେ ୧୦ମ ଶ୍ରେଣୀ ପାସ୍ କରିନାହାନ୍ତି ବୋଲି ସେମାନଙ୍କୁ ଚିକିତ୍ସାଳୟ କର୍ତୃପକ୍ଷ ସୁରକ୍ଷା ଦାୟିତ୍ୱରୁ ବିନା ନୋଟିସ୍ରେ କଢ଼ିଥିବା ଜଣାଇଛନ୍ତି । ୧ ମାସ ହେବ ସେମାନେ ନିଯୁକ୍ତି ବିନା ଏହି କିନ୍ନରମାନେ ନାନା ହଇରାଣ ହରକତ ହେଉଛନ୍ତି । ସେମାନଙ୍କ ପୂର୍ବ ପେଶାକୁ ମଧ୍ୟ ଆଉ ଫେରି ପାରୁନାହାଁନ୍ତି । ଏ ନେଇ ଉପଜିଲାପାଳ ଓ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ଜଣାଇଛନ୍ତି । କୌଣସି ସୁଫଳ ମିଳି ନ ଥିବା ବେଳେ ସେମାନେ ଇଚ୍ଛାମୃତୁ୍ୟ ପାଇଁ ଆବେଦନ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *