Friday , January 28 2022
Breaking News
Home / ବିଶେଷ / ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହତାଶ , ଅଯୋଗ୍ୟଙ୍କ ପୁଷମାସ

ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହତାଶ , ଅଯୋଗ୍ୟଙ୍କ ପୁଷମାସ

ସାଲେପୁର ୦୫/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ସାଲେପୁର ବ୍ଲକ୍ ସଉରୀ ପଂଚାୟତର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ବିଷୟ ସାଲେପୁର ମଣ୍ଡଳ ଉନ୍ନୟନଅଧିକାରୀଙ୍କ ଠାରେ ଲିଖିତ ଭାବେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଗତ ଫନୀ ବାତ୍ୟାରେ ଏହି ପଂଚାୟତର ବିଭିନ୍ନ ଗ୍ରାମର ଶତାଧିକ ଲୋକଙ୍କ ଘର ମାଟିରେ ମିଶିଯାଇଥିଲା । ବାସହରାମାନେ ଏବେ ମଧ୍ୟ ଭଙ୍ଗା କୁଡ଼ିଆ ଓ ପଲିଥିିନ୍ ତଳେ ରହିଛନ୍ତି ।  ବାସହରା କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅବାସ ଯୋଗାଇ ଦେବା ପାଇଁ ପ୍ରଶାସନିକ ନିର୍ଦ୍ଧେଶ ଥିବା ବେଳେ ହିତାଧିକାରୀ ଚୟନରେ ବ୍ୟାପକ ଜାଲିଆତି ହୋଇଛି ବୋଲି ଗୁରୁତର ଅଭିଯୋଗ ହୋଇଛି । ଉକ୍ତ ଗ୍ରାମପଂଚାୟତର ଜିଆର ଏସ୍ ଜିଓ ଟ୍ୟାଗ୍ କଲା ବେଳେ ପ୍ରାୟ ଦୁଇଶହ ହିତାଧିକାରୀ ଯୋଗ୍ୟ ଥିଲା ବେଳେ ପରେ ୧୩୨ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ଫଳରେ ଜିଆର ଏସ୍ ଙ୍କ କାର୍ଯ୍ୟ ଉପରେ ଘୋର ସନ୍ଦେହ ସୃଷ୍ଟି ହୋଇଛି । ପ୍ରକାଶଥାଉକି ଜିଆର ଏସ୍ ଜଣଙ୍କ ଯୋଗ୍ୟ ହିତାଧିକାରୀ ଚୟନ ବେଳେ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହିତ ସମସ୍ତ ହିତାଧିକାରୀଙ୍କ ଘରକୁ ଯାଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ହିତାଧିକାରୀ ଚୟନ ବେଳେ ମୋଟା ଅଙ୍କର ଅର୍ଥ ଆଦାୟ ହୋଇଥିବା ବିଷୟ ସାଲେପୁର ବି.ଡ଼ି.ଓ ଙ୍କୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ଏହି ଘୋଟାଲାର ପର୍ଦାଫାଶ ହେବା ସହ ଆବସ ପାଇବାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି । ସଉରୀ ପଂଚାୟତରେ ପ୍ରଧାନମନ୍ତ୍ରୀ ଯୋଜନା ପାଇଁ ହୋଇଥିବା ତାଲିକାର ପୁନଃଯାଂଚ କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କୁ ଯୋଗ୍ୟ ହିତାଧିକାରୀ ବୋଲି ନାମ ସଂଯୋଗ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚନ୍ଦ୍ରସେଖର ବିଶ୍ୱାଳ, ମମତା ପଣ୍ଡା, ବିଜନ କୁମାର ଜେନା, ସୁବାଶ ଚନ୍ଦ୍ର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ବେହେରା, ଜଗନ୍ନାଥ ସେଠି, ମନୋରଂଜନ ସେଠୀ, ରନôାକର ବେହେରା, ଗୋବିନ୍ଦ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର ନାୟକ, ଗଜେନ୍ଦ୍ର ମଲ୍ଲିକ୍, ସୁକାନ୍ତ କୁମାର ବେହେରା, ରାଜେଶ କୁମାର ଜେନା, ପ୍ରକାଶ କୁମାର ନାୟକ, ସୁକାନ୍ତ କୁମାର ସ୍ୱାଇଁ ସହ ବହୁ ବ୍ୟକ୍ତି ଦାବି କରିଛନ୍ତି । ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗର ଅବିକଳ ନକଲ ଜିଲ୍ଲାପାଳ କଟକଙ୍କୁ ଦିଆଯାଇଛି ।   ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *