Sunday , October 1 2023
Home / ତାଜା ଖବର / ଏଟି ଚିଟଫଣ୍ଡ ଏଜେକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ

ଏଟି ଚିଟଫଣ୍ଡ ଏଜେକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ

ପାରାଦ୍ୱୀପ ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଏଟି ଚିଟଫଣ୍ଡରେ ଜଣେ ଗିରଫ । ଦୀର୍ଘଦିନ ହେବ ଫେରାର ଥିବା ପାରାଦ୍ୱୀପ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଗଡର ଏହି ଚିଟଫଣ୍ଡଏଜେ ପବିତ୍ର ଦାସକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ମୁତାବକ ୨୦୧୪ ମସିହାରେ ପ୍ଳାଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଇଡକୋ ଜମି ହରାଇ ଥିବା ୧୧ଜଣ ବ୍ୟକ୍ତି ପାଇଥିବା ଅର୍ଥକୁ ଚକତା କରି ସେହି ଗ୍ରାମର ଯୁବକର ପବିତ୍ର ଦାସ ପ୍ରାୟ ୩୫ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କା ଚିଟଫଣ୍ଡରେ ଲଗାଇ ଠକି ନେଇଥିଲା । ଯାହାକୁ ନେଇ ଏହି ସଂକ୍ରାନ୍ତରେ ଅଭିଯୁକ୍ତ, ମାଆ ଓ ତାର ଭାଇଙ୍କ ନାଆଁରେ ଥାନାରେ ଏତଲା ଦିଆ ଯିବା ପରେ ମାଆ ଓ ଭାଇ ଜାମିନ ରେ ଆସିଥିଲେ । କିିନ୍ତୁ ଅଭିଯୁକ୍ତ ପବିତ୍ର ଦାସ ଫେରାର ହୋଇ ଯାଇଥିଲା । ତେବେ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରିବା ପରେ ଗତକାଲି ଲୁଚିଛପି ନିଜ ଗ୍ରାମକୁ ଆସୁଥିବା ସମୟରେ ଅଭୟଚାନ୍ଦପୁର ଥାନା ପୋଲିସ ପବିତ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଚିଟଫଣ୍ଡ ଠକେଇ ମାମଲାରେ ପବିତ୍ରକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟପଟେ ଏଟିଗୃ୍ରପ୍ ର ମୁଖ୍ୟ ପ୍ରଦୀପ ସେଠୀକୁ ରିମାଣ୍ଡରେ ଆଣିବା ପାଇଁ ଅଭୟଚାନ୍ଦପୁର ଥାନା ପୋଲିସ କୋର୍ଟରେ ଆବେଦନ କରା ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *