Sunday , October 24 2021
Breaking News
Home / ବିଶେଷ / ଅନାବନା ଗଛଲତାରେ ଲୁଚିଗଲାଣି ରାଇସୁଙ୍ଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଅନାବନା ଗଛଲତାରେ ଲୁଚିଗଲାଣି ରାଇସୁଙ୍ଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ସାଲେପୁର ୦୫/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ତହସିଲ ଅଧିନସ୍ଥ ରାଇସୁଙ୍ଗୁଡ଼ା ରାଜସ୍ୱନିରୀକ୍ଷକଙ୍କ କାର୍ଯ୍ୟଳୟ ଏବେ ଅନାବନା ଗଛଲତା ମାଡ଼ିଯାଇ ଲୁଚିଗଲାଣି । ଏହି କାର୍ଯ୍ୟାଳୟ ଉପରେ ରାଇସୁଙ୍ଗୁଡ଼ା, ଧୂଆଁସାହି, କେରଙ୍ଗା , କୁସମ୍ବୀ, ମଢ଼ଙ୍ଗା ରାଜସ୍ୱ ଗ୍ରାମର ଲୋକମାନେ ନିର୍ଭର କରନ୍ତି । ଏହି କାର୍ଯ୍ୟାଳୟଟି ଅଧୁନା ଅନାବନା ଗଛଲତାରେ ଲୁଚିଯାଇ ଥିବାରୁ କାର୍ଯ୍ୟାଳୟ ଉପରେ ଆବଶ୍ୟକ କରୁଥିବା ଜନସାଧାରଣ କାର୍ଯ୍ୟାଳୟକୁ ପାଉନାହାନ୍ତି । ଏହି କାର୍ଯ୍ୟାଳୟ ବଣବୁଦା ଯୋଗୁ ବିଶାକ୍ତ ସରୀସୃପଙ୍କ ବାସସ୍ଥାନ ପାଲଟିଛି । ଅପରପକ୍ଷେ ଏହି କାର୍ଯ୍ୟାଳୟ  କୋଠରୀରୁ ଏକାଧିକ ଥର ବିଶାକ୍ତ ସାପ ବାହାରୁଥିବା କର୍ମଚାରୀମାନେ ଦେଖି ସରୀସୃପଙ୍କୁ ବାହାରକରିଛନ୍ତି । ଏଣୁ କର୍ମଚାରୀମାନେ ଅଫିସ୍ କୋଠରୀରେ ବସିବା ପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେହିପରି ଏହି କାର୍ଯ୍ୟାଳୟ ନିକଟରେ ଥିବା ବ୍ରିଟିଶ୍ ଅମଳର ଘରଟି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଅକସ୍ମାତ୍ ଭୁଷୁଡ଼ି ପଡ଼ିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି କୁହାଯାଉଛି । କାର୍ଯ୍ୟାଳୟକୁ ବିପଦମୁକ୍ତ କରିବା ପାଇଁ ବିଭାଗୀୟ ଉଚ୍ଚଅଧିକାରୀଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ସୁଫଳ ମିଳିପାରି ନାହିଁ । ତୁରନ୍ତ ରାଜସ୍ୱ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *