Sunday , October 17 2021
Breaking News
Home / ବିଶେଷ / ସ୍ୱାମୀ ଚିଦାନନ୍ଦଙ୍କୁ ଗୀତା ରତ୍ନ ସମ୍ମାନ

ସ୍ୱାମୀ ଚିଦାନନ୍ଦଙ୍କୁ ଗୀତା ରତ୍ନ ସମ୍ମାନ

ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଇଂଟରନ୍ୟାସନାଲ ଗୀତା ମିଶନର ଅଧ୍ୟକ୍ଷ ତଥା ଶିଶୁ ଅନନ୍ତ ଆଶ୍ରମର ରାଷ୍ଟ୍ରୀୟ ପ୍ରଚାରକ ଡ଼ଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀଙ୍କୁ ‘ଗୀତା ରତ୍ନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ନିକଟରେ ତ୍ରିପୁରା ରାଜ୍ୟର ଅଗରତାଲା ସହର ଠାରେ ଆୟୋଜିତ ସର୍ବ ଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମରେ ସ୍ୱାମୀ ଚିଦାନନ୍ଦଙ୍କୁ ତ୍ରିପୁରା ହାଇକୋର୍ଟ ର ପ୍ରଧାନ ବିଚାରପତି ଜଷ୍ଟିସ ସପନ ଦାସ ଏହି ଉପାଧି ପ୍ରଦାନ କରିଥିଲେ । ସର୍ବଭାରତୀୟ ସ୍ତରରେ ଭଗବତ ଗୀତାର ନୀରବଛିନ୍ନ ଭାବେ ୨୬ ବର୍ଷ ରୁ ଉଦ୍ଧ୍ୱର୍ କାଳ ଧରି ପ୍ରସାର ଓ ପ୍ରଚାର କରିବା କ୍ଷେତ୍ର ପାଇଁ ଏହି ସମ୍ନ କରାଯାଇଛି । ଡ଼ଃ ସ୍ୱାମୀ ଚିଦାନନ୍ଦ ଏକାଧାରରେ ଆଧ୍ୟାତ୍ମିକ ,ସାହିତ୍ୟ ପରିବେଶ ସୁରକ୍ଷା ଓ ସମାଜ ସେବା କ୍ଷେତ୍ରରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ।
ତ୍ରିପୁରାସ୍ଥିତ ଆୟୋଜିତ ସଭାରେ ଗୋଆ ନିଟ୍ ର ଡ଼ାଇରେକ୍ଟର ଗୋପାଳ ମୁଗେରୀୟା ,କଲିକତା ଶଙ୍କର ମିଶନ ର ଅଧ୍ୟକ୍ଷ ସ୍ୱାମୀ ବିବୁଧାନନ୍ଦ ସରସ୍ୱତୀ , ବିହାରର ପୂର୍ବତନ ଡ଼ିଜିପି ଅଭୟାନନ୍ଦ ଜୀ , ପଶ୍ଚିମବଙ୍ଗର ସାଂସଦ ନିଶିଥ ପାରମାଣିକ ଓ ଜଗନ୍ନାଥ ସରକାର , ଗୀତା ପ୍ରଚାର ପରିଷଦର ସମ୍ପାଦକ ଗୋପାଳ ଗୋପେ ଓ କନଭେନର ଧୃବଜ୍ୟୋତି ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ଃ ସ୍ୱାମୀ ଚିଦାନନ୍ଦ ଓଡ଼ିଶା ଫେରିବା ପରେ ରାଉରକେଲା, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ସ୍ଥାନରେ ଉଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଲେଖନୀୟ ଏହିକି ଡ଼ଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ପୂଜ୍ୟ ପୂଜକ ସନ୍ଥ ତଥା ସମାଜ ସଂସ୍କାରକ ଓ ବିଶ୍ୱ ପ୍ରେମୀ ବାବା ବଳିଆଙ୍କ ପଟଶିଷ୍ୟ ଅଟନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *