ସୁନାବେଡ଼ା, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ସୁନାବେଡ଼ା ଓ ସେମିଳିଗୁଡାରେ ରହୁଥିବା ବିହାରୀ ସମାଜ ପକ୍ଷରୁ ଚାରିଦିବସୀୟ ଛଟ୍ ପୂଜା ପାଳିତ ହୋଇଯାଇଛି । ସୁନାବେଡ଼ା ନିକଟସ୍ଥ ମୀନ ନଦୀ ତଟସ୍ଥରେ ସୂର୍ଯ୍ୟ ଉପାସନା କରାଯାଇଥିଲା । ଏହି ପର୍ବ ବିହାରୀ ସମାଜ ପକ୍ଷରୁ ଅକ୍ଟୋବର ୩୧ ତାରିଖ ଠାରୁ ପାଳିତ ହୋଇଥିଲା । ଛଟ୍ ପୂଜା ସୂର୍ଯ୍ୟଦେବଙ୍କ ଉପାସନାର ସବୁଠାରୁ ବଡ଼ ପର୍ବ ହୋଇଥିବାବେଳେ ଷଷ୍ଠୀ ତିଥିରେ ଚାରିଦିନ ଧରି ଏହି ପୂଜାକୁ ପାଳନ କରାଯାଇଛି । ବିହାରୀ ସମାଜର ସନ୍ତୋଷ ଶର୍ମା, ରାମନାଥ ସିଂହ, କିଶନ ବିଶ୍ୱକର୍ମା, ରାଜେଶ ଶାହା, ଝୁନଝୁନ ସୋନି, ପପୁ ଗୁପ୍ତା, ବୃନ୍ଦାବନ, ଜୀବନ ଶର୍ମା ପ୍ରମୁଖ ସହଯୋଗ କରିଥିଲେ । ଓଡ଼଼ିଶା ସମାଚାର