ମାଲକାନଗିରି, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ସମ୍ପୂର୍ଣ୍ଣ ଦୁର୍ଗମ ତଥା ଉପାନ୍ତ ଅଂଚଳ କୁଡୁମୁଲୁଗୁମ୍ମା ଠାରେ ଅନ୍ୟତମ ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ସାରସ୍ୱତ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଜିଲାରେ ବହୁ ସାହିତ୍ୟ ଓ ସଂସ୍କୃତି ଐତିହ୍ୟ ପରମ୍ପରା ରହିଛି । ଏହାର ବିକାଶ କରିବାର ସମୟ ଆସିଛି । ସାହିତ୍ୟକୁ ଉଦଜୀବିତ ରଖିବା ପାଇଁ କିଛି ସାହିତ୍ୟ ପ୍ରତିଷ୍ଠାନର ଭୁମିକାକୁ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦଣ୍ଡପାଣି ମହାପାତ୍ର, ଆବାହକ କିଶୋରଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ବଳରାମ ପୂଜାରୀ ମଂଚ ପରିଚାଳନା କରିଥିଲେ । ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ଡିଗ୍ରୀ ମହାବିଦ୍ୟାଳୟ ସମ୍ପାଦକ ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆନନ୍ଦ ଚାକିରି, ସନ୍ତୋଷ ପାତ୍ର, ଦିବାକର ସୁନା, ଜୁଗଳ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ର ସହ ତିନି ଜଣ ସାହିତ୍ୟ ସାଧକଙ୍କୁ ପୁରସ୍କୃତ କରାଯାଇଥିଲା । ଆଗାମୀ ଦିନରେ କୋରୁକୋଣ୍ଡାଠାରେ ଏକ ବିରାଟ ସାହିତ୍ୟ ସମାବେଶ କରାଯାଇ ଜିଲାର ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଆବାହକ କିଶୋରକଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର