କୋରାପୁଟ, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଜିଲାରୁ ରାୟଗଡ଼ା ଓ ବିଜୟନଗରମ ଆଦି ଅଂଚଳକୁ ଦାଦନ ଖଟିବାକୁ ଯାଉଥିବା ୬ ଶିଶୁ ଶ୍ରମିକ ସମେତ ୧୧ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ଟାଉନ ଥାନା ଅଧିକାରୀ ପୀତବାସ ଧାରୁଆଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କୋରାପୁଟରୁ ରାୟଗଡ଼ା ଏବଂ ବିଜୟନଗରମ ଅଭିମୁଖେ ୧୧ଜଣ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି । ଖବର ପାଇବା ପରେ ସେମାନଙ୍କୁ ବସ୍ ରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁ ଶ୍ରମିକ ଥିବା ଜଣାଯାଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଓଡ଼଼ିଶା ସମାଚାର
Check Also
ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ …