Friday , September 29 2023
Breaking News
Home / ବିଶେଷ / ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ମାମଲା : ଗିରଫ ହେଲେ କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି

ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ମାମଲା : ଗିରଫ ହେଲେ କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି

କେନ୍ଦ୍ରାପଡା ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଜନୈକା ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଓ ଶୋଷଣ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ତାଙ୍କ ବଣିଆମାଳ ସ୍ଥିତ ବାସଗୃହରୁ  ରବିବାର ବିଳମ୍ବିତ ରାତିରେ ଗିରଫ କରି ଟାଉନ ଥାନାରେ ଅଟକ ରଖିଥିଲେ । ସୋମବାର ପୂର୍ବାହ୍ନରେ ଟାଉନ ଥାନା ପୋଲିସ ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରିଥିଲା  ।  ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳସ୍ଥିତ  ଉପକାରାଗାରକୁ ପଠାଇ ଦିଆଯାଇଛି । ଖବରରୁ ପ୍ରକାଶ  ଯେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ଜନୈକ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହିତ ମୋବାଇଲ ମାଧ୍ୟମରେ ପ୍ରେମ ନିବେଦନ କରିବା ଅଭିଯୋଗ ଟାଉନ ଥାନାରେ ଗତ ଅପ୍ରେଲମାସ ୨୭ତାରିଖରେ ପିଡିତା ଜଣଙ୍କ  କରିଥିଲେ । ଅଭିଯୋଗ ପାଇବାର ୩ମାସ ପରେ ଟାଉନ ଥାନା  ପୋଲିସ ୧୩୮/୨୦୧୯ରେ ଦଫା  ୩୫୪(କ(୧)(ଘ), ୫୦୬,୫୦୯ ଓ ୨୯୪ ରେ ମାମଲା ରୁଜୁ କରିଥିଲା । ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଶେଷରେ ପିଡିତା ଯୁବତୀ ସ୍ଥାନୀୟ ଅଦାଲତରେ ଏକ ୧ ସିସି ମାମଲା ମଧ୍ୟ ରୁଜୁ କରିଥିଲେ । ଅଭିଯୁକ୍ତ ସାହୁଙ୍କୁ ପୋଲିସ ରବିବାର ରାତିରେ ଗିରଫ କରିବା ପରେ ପିଡିତା ଯୁବତୀଙ୍କୁ ମହାକାଳପଡା ଥାନା ପକ୍ଷରୁ (୨ଜଣ ମହିଳା ଓ ଜଣେ ପୁରୁଷ) ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି  ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *