ଜୟପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-ଜୟପୁରରେ ବ୍ଲକ ସ୍ତରୀୟ ପରବ ୨୦୧୯ ଉଦଘାଟିତ ହୋଇଯାଇଛି । ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଝାଙ୍କର ଦେବୀ ମନ୍ଦିର ପୂଜା ଅର୍ଚନା କରି ଏହି ପରବର ଶୁଭ ଉଦଘାଟ କରିଥିଲେ । ମନ୍ଦିରରୁ ଏକ ମଶାଲ ନେଇ ବ୍ଲକ କାର୍ଯ୍ୟାଳୟରେ ପହସଚି ଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ଏସ୍ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ସୁକାନ୍ତି ବାଗଦେରିଆ, ଜିଲା ପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର, ମନଧର ଗାଦବା, ସମିତି ସଭ୍ୟ ରାଜେନ୍ଦ୍ର ସାହୁ, ସରପଂଚ ତ୍ରିନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର