କଳାହାଣ୍ଡି ୦୪/୧୧/୨୦୧୯(ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- ସଦାସର୍ବଦା ଦୁର୍ନୀତି , ଅନ୍ୟାୟ , ଅତ୍ୟାଚାର ବିରୁଦ୍ଧରେ ନିର୍ଭିକ ଭାବେ ଲେଖୁଥିବା ଜଣେ କର୍ତବ୍ୟରତ ସାମ୍ବାଦିକ ଉପରେ ଆକ୍ରମଣ କରିଛନ୍ତି କିଛି ବାଲିମାଫିଆ ।ବର୍ତ୍ତମାନ ବାଲିମାଫିଆ ଙ୍କ କବଜାରେ ରହିଛି ଜିଲ୍ଲା ର ସମସ୍ତ ଛୋଟ ବଡ ନଦୀ ନାଳ । ଦୈନନ୍ଦିନ ବେଆଇନ ଭାବେ ଶହ ଶହ ଗାଡି ବାଲି ଚୋରାଚାଲାଣ କରୁଛନ୍ତି । ଆଜି ଜୁନାଗଡ ଥାନା ଅନ୍ତର୍ଗତ ଦାସୀ ଗାଁ ହାତୀ ନଦୀ ଠାରେ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ଦୁଇ ଜଣ ସାମ୍ବାଦିକ ତୁଳମଣୀ ନାଗ ଓ ଦୂର୍ୟ୍ୟୋଧନ ମାଝୀ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ।ବାଲି ଚୋରାଚାଲାଣ ହେଉଥିବା ଜାଣି ଘଟଣା ସମ୍ପର୍କରେ ଜୁନାଗଡ ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇ ଥିଲେ । ଏହି ସମୟରେ ଗୋଟିଏ କାର ଓ ଦୁଇଟି ମୋଟର ସାଇକେଲରେ ପାଞ୍ଚରୁ ଛଅ ଜଣ ବ୍ୟକ୍ତି ଆସି ହଠାତ୍ ଆକ୍ରମଣ କରିବା ସହ ଆମ କାର୍ୟ୍ୟ ରେ ବାଧା ଦେଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ କଳାହାଣ୍ଡି ୱେବ୍ ମିଡିଆ ସଘଂର କିଛି କର୍ମକର୍ତ୍ତାବୃନ୍ଦ ସହ ସଭାପତି ଶ୍ରୀ ଆଦିତ୍ୟ ପ୍ରସାଦ ମହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ସଂଗ୍ରାମ କେଶରୀ ପାତ୍ର ଏବଂ ଆଇନ ପରାମର୍ଶଦାତା ଆଇନଜୀବି ଶ୍ରୀ ହିମାଂଶୁ ବରାଡ ପହଞ୍ଚି ଦୁଇ ସାମ୍ବାଦିକଙ୍କ ସହ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏ ପଟେ ଏହି ଘଟଣା ବିଦ୍ୟୁତ ବେଗରେ କଳାହାଣ୍ଡି ୱେବ୍ ମିଡିଆ ସଘଂ ର ସମସ୍ତ ସାମ୍ବାଦିକଙ୍କ ପାଖରେ ପହଞ୍ଚି ଥିବାରୁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।
ଆସାମୀ ମାନଙ୍କୁ ଶୀଘ୍ର ଗିରଫ କରା ନ ଗଲେ ମିଡିଆ ସଂଘ ପକ୍ଷରୁ ବଡ ଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର