Friday , October 22 2021
Breaking News
Home / ବିଶେଷ / ପ୍ରଶାସନିକ ଉଦାସିନତାରୁ ହୋଇପାରୁନି ଗୋରଖନାଥ ପୀଠର ଉନ୍ନତି

ପ୍ରଶାସନିକ ଉଦାସିନତାରୁ ହୋଇପାରୁନି ଗୋରଖନାଥ ପୀଠର ଉନ୍ନତି

ରଘୁନାଥପୁର ,୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରା ଗ୍ରାମସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ । ଠାକୁରଙ୍କ ଅପାର ଶକ୍ତି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧା ବର୍ଷ ତମାମ ଏଠାରେ ଭକ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିବାବେଳେ ପର୍ବ ପର୍ବାଣୀରେ ବହୁଗୁଣିତ ହୋଇଥାଏ । ଜିଲା ଭିତରକୁ ଆସୁଥିବା ପର୍ଯ୍ୟଟକମାନେ ଗୋରଖନାଥ ପୀଠ ଦର୍ଶନ ନକରି ଫେରନ୍ତି ନାହିଁ । ଠାକୁରଙ୍କ ବାର୍ଷିକ ଆୟ ଦେଢ଼ କୋଟିରୁ ଅଧିକ । ୨୦୦୭ ମସିହାରୁ ମନ୍ଦିର ଦେବୋତର ବିଭାଗ ଅଧିନରେ ଚାଲୁଅଛି । ତେବେ ଦୁଃଖର ବିଷୟ ଏହିକି ଦେବୋତର ବିଭାଗ ଅଧିନକୁ ଗଲାପରେ ଏହାର କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ପର୍ଯ୍ୟଟକମାନେ ଏଠାକୁ ଯେଉଁ ଆଶା ନେଇ ଆସନ୍ତି, ତାହା ପୂରଣ ହୁଏ ନାହିଁ । କେବଳ ବ୍ୟାଙ୍କ ରେ ଟଙ୍କା ଗଛିତ ରୁହେ । ଏଠାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ରେ ବାଧକ ସାଜିଛି ପ୍ରଶାସନିକ ଉଦାସିନତା । ବହୁ ଗରୀବ ଘରର ଲୋକ ଏଠାରେ ପୁଅ, ଝିଅ ବାହାଘର କରାଇଥାନ୍ତି । ତେବେ ସ୍ତ୍ରୀ ଲୋକ ଶାଢ଼ୀ ବଦଳାଇବା ପାଇଁ ଘରର ଘୋର ଅଭାବ ରହିଛି । ପୀଠ ପରିସରରେ ଥିବା ପୁଷ୍କରିଣିଟି ଅତ୍ୟନ୍ତ ଅପରିଷ୍କାର ହୋଇଥିବାରୁ ଏଥିରେ ଶୌଚ ହେବା ପାଇଁ ଯାତ୍ରୀ ଭୟ କରୁଛନ୍ତି । ପୀଠ ମଧ୍ୟରେ ଯାତ୍ରୀ ନିବାସ ଆବଶ୍ୟକ ଥିବାବେଳେ ଏହା ଉପଲବ୍ଧ ନାହିଁ । ମନ୍ଦିର ପରିସରରେ ଥିବା ଭୋଗ ଓ ଦୀପ ଦୋକାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏପରିକି ଛାତରୁ ପାଣି ବହି ଭୋଗ ଓ ଦୀପ ନଷ୍ଟ ହେଉଥିବା ନିଲାମଧାରୀ ପ୍ରକାଶ କରିଛନ୍ତି । ଦୀର୍ଘ ୨ ବର୍ଷ ହେଲା ଏକ ହନୁମାନ ମୂର୍ତି ଏକ ବନ୍ଦ ଘରେ ପଡ଼ିଥିଲେ ମଧ୍ୟ ଏହା ପ୍ରତିଷ୍ଠା ହୋଇପାରୁନାହିଁ । ପୋଖରୀ ପାଖରେ କଳା ଜରି ବନ୍ଧା ହୋଇ ଗଶେଷ ମୂର୍ତି ପଡ଼ିରହିଥିଲେ ମଧ୍ୟ ମନ୍ଦିର ଟିଏ ନିର୍ମାଣ ହୋଇ ପାରୁ ନାହିଁ । ଅଳ୍ପ ବର୍ଷାରେ ପୀଠ ମଧ୍ୟରେ ପାଣି ଜମି ରହୁଥିବାରୁ ପର୍ଯ୍ୟଟକମାନେ ଅଶାନ୍ତି ହେଉଛନ୍ତି । ପୀଠରେ ପ୍ରସାଦ ସେବନ ପାଇଁ ପରିସ୍କାର ଯାଗାର ଅଭାବ ରହିଛି । ଏସବୁ ବିଷୟରେ ଟ୍ରଷ୍ଟ ବୋର୍ଡ଼ ମେମ୍ବର ଆଡ଼ଭୋକେଟ ଜୀବନ ବଲଭ ମହାନ୍ତି, କ୍ଷୀରୋଦ ମହାନ୍ତି, ସୁରେନ୍ଦ୍ରନାଥ ସ୍ୱାଇଁ, ସୁଶାନ୍ତ ଦାସ, ପ୍ରମୋଦ ମହାନ୍ତି , ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ ପ୍ରମୁଖ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ନିକଟ ଅତିତରେ ମନ୍ତ୍ରୀ ପ୍ରତାପ ଜେନା, ରଘୁନନ୍ଦନ ଦାସ ପୀଠ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଏହାର ଉନ୍ନତି ପାଇଁ ଦାବି ପତ୍ର ଦିଆଯାଇଛି । ଏପରିକି ଦେବୋତର କମିଶନର ଚିତରଂଜନ ମହାପାତ୍ର ପୀଠ ପରିଦର୍ଶନରେ ଆସି ଏହାର ଉନ୍ନତି ପାଇଁ ନକ୍ସା ପ୍ରସ୍ତୁତ କରି ପଠାଇବା ପାଇଁ ଜିଲାପାଳ ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ୱେ ମଧ୍ୟ ଭକ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ପୀଠରେ କୌଣସି କାର୍ଯ୍ୟ ହେଉନଥିବାରୁୁପ୍ରଶାସନିକ ଉଦାସୀନତାରୁ ଗୋରଖନାଥ ପୀଠର ଉନ୍ନତି ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *