Tuesday , October 26 2021
Breaking News
Home / ବିଶେଷ / ନୂତନ ପାନୀୟ ଜଳ ପ୍ରକଳ୍ପକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରାଯାଉ

ନୂତନ ପାନୀୟ ଜଳ ପ୍ରକଳ୍ପକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରାଯାଉ

ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଗ୍ରାମାଂଚଳର ଲୋକମାନଙ୍କୁ ସ୍ୱଛ ଓ ନିର୍ମଳ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ବିଭିନ୍ନ ଗ୍ରାମ ପଂଚାୟତମାନଙ୍କରେ ଥିବା ଜନ ବହୁଳ ଥିବା ଗ୍ରାମଗୁଡିକର ପ୍ରଥମ ପର୍ଯ୍ୟାୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇ ପାଇପ୍ ଯୋଗେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ଏହା ସତ୍ୱେ ମଧ୍ୟ ପାନୀୟ ଜଳ ପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାବେଳେ, ଅନ୍ୟ କେତେକ ପ୍ରକଳ୍ପରୁ ବାହାରୁଥିବା ପାଣି ଲୁଣି ହେତୁ ବ୍ୟବହାର କରିବା ଅସମ୍ଭବ ହୋଇ ପଡୁଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ବେଡାରୀ ଗ୍ରାମରେ ସ୍ଥାପିତ ହୋଇ ଥିବା ପାନୀୟ ଜଳ ପ୍ରକଳ୍ପରୁ ବାହାରୁଥିବା ପାଣି ପାନୀୟ ଜଳ ପାଇଁ ଅନୁପଯୋଗୀ ହୋଇଥିବାରୁ ଗ୍ରାମର ଲୋକମାନେ ପ୍ରକଳ୍ପରୁ ଆସୁଥିବା ପାଣିରେ କେବଳ ବାସନ ମାଜିବା, ପାଇଖାନାକୁ ନେବା ଓ ଗୋଡ ହାତ ଧୋଇବା ଆଦି କାର୍ଯ୍ୟରେ ବ୍ୟବହାର କରିଥାଆନ୍ତି । ଏହି ପାଣିରେ ଗୋଡ ହାତ ଧୋଇଲେ ଗୋଡ ହାତ ପାଣି ଖାଇ ଯାଉଥିବାର ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ପରେ କେନ୍ଦ୍ରାପଡା ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ଠାରୁ ଅଳ୍ପ ଦୂରରେ ଅନ୍ୟ ଏକ ପ୍ରକଳ୍ପ ଖୋଳା ଯାଇଛି । ଗତ ଦୁଇ ମାସ ହେଲା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଫଳରେ ଏହି ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଉ ଥିବା ଗ୍ରାମଗୁଡିକର ଲୋକମାନେ ଏଥି ନେଇ ଅସୁବିଧାରେ ପଡୁଛନ୍ତି । ଗରଦପୁର ବ୍ଳକର ବେଡାରୀ ଗ୍ରାମ ଏକ ପାନୀୟ ଜଳକ୍ଳିଷ୍ଟ ଓ ଲବଣାକ୍ତ ଜଳ ଅଂଚଳ ଭାବରେ ପ୍ରଶାସନଙ୍କ ପକ୍ଷରୁ ପୂର୍ବରୁ ଚିହ୍ନଟ କରାଯାଇଛି । ଏଠାରେ କେବଳ ଗଭୀର ନଳକୂପ ଖୋଳିଲେ ପାନୀୟ ଜଳ ମିଳିବା ସମ୍ଭବ ହୋଇ ଥାଏ । ଗୋଟିଏ ଗଭୀର ନଳକୂପ ଖୋଳିବା ପାଇଁ ପ୍ରାୟ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରାଯାଉଥିବାରୁ ସାଧାରଣ ଲୋକମାନଙ୍କ ପକ୍ଷରୁ ଏତେ ଟଙ୍କା ବ୍ୟୟ କରି ଗଭୀର ନଳକୂପ ଖୋଳିବା ସମ୍ଭବ ହେଉ ନାହିଁ । ଅନ୍ୟ ପକ୍ଷରେ ବେଡାରୀ ଠାରେ ଥିବା ପାନୀୟ ଜଳ ପ୍ରକଳ୍ପ ଉପରେ ବେଡାରୀ, କୂଳତୁଠୀ ଓ ସୋଲପାଟ ଗ୍ରାମର ପ୍ରାୟ ୪୫୦ପରିବାରର ଲୋକମାନେ ପାନୀୟ ଜଳ ପାଇଁ ନିର୍ଭର କରିଥାଆନ୍ତି । ତେଣୁ ଏଠାରେ ଖୋଳାଯାଇଥିବା ନୂତନ ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମର ଲୋକମାନଙ୍କ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *