Thursday , October 21 2021
Breaking News
Home / ବିଶେଷ / ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ଗଭବତୀ କରିବାପରେ କାଙ୍ଗାରୁ କୋର୍ଟରେ ଧମକ , ଏସପି ଙ୍କ ଦ୍ୱାରସ୍ଥ ହେଲେ ପିଡିତା

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ଗଭବତୀ କରିବାପରେ କାଙ୍ଗାରୁ କୋର୍ଟରେ ଧମକ , ଏସପି ଙ୍କ ଦ୍ୱାରସ୍ଥ ହେଲେ ପିଡିତା

 କଳାହାଣ୍ଡି ୦୪/୧୧/୨୦୧୯(ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)-ରାଜ୍ୟଗୃହ ରାଜ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟ ରେ ସାତ ମାସ ର ଗର୍ଭବତୀ  ମୁକ ଦୁଷ୍କର୍ମ ପୀଡିତା କୁ ଥାନା କୁ ନ ଯିବାକୁ ତାଗିଦ । ନ୍ୟାୟ ପାଇଁ ପରିବାର କଳାହାଣ୍ଡି ଏସପି ଙ୍କ ଦ୍ୱାରସ୍ଥ ।

ରାଜ୍ୟଗୃହ ରାଜ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ କଙ୍ଗାରୁ କୋର୍ଟ । ଜୁନାଗଡ ଥାନା ବାଦଲଦେଇ ଗାଁ ର ଜୈନିକ ୨୫ ବର୍ଷିୟ ଭିନ୍ନକ୍ଷମ ମୁକ ଯୁବତୀ ସାତ ମାସ ର ଗର୍ଭବତୀ । ପୀଡିତା ର ଦୁଷ୍କର୍ମକାରୀ ଗାଁ ଗଉନ୍ତିଆ ପରିବାର ଜାଣିବା ପରେ ହାତ ଉଠାଇଦେଲା କଙ୍ଗାରୁ କୋର୍ଟ । ଯୁବତୀ ପରିବାର କୁ ମାମଲା ରୁଜୁ ନ କରିବାକୁ ଚାପ ପ୍ରୟୋଗ କରାଯାଉଥିବା ବେଳେ ପୀଡିତା ପରିବାର ନ୍ୟାୟ ପାଇଁ  କଳାହାଣ୍ଡି ଜିଲ୍ଲା ଆରକ୍ଷୀ କାର‌୍ୟ୍ୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି । ଜୁନାଗଡ ଥାନା ନାନ୍ଦୁଲ ପଂଚାୟତ ବାଦଲଦେଇ ଗାଁ ର ୨୫ ବର୍ଷିଆ ମୁକ ଭିନ୍ନକ୍ଷମ  ଯୁବତୀ । ବର୍ତମାନ ଡାକ୍ତରୀ ରିପୋର୍ଟ ଆନୁଯାୟୀ ସେ ୭ ମାସ ର ଗର୍ଭବତୀ । ପେଟ ବଢିବାରୁ ପରିବାର ସଦସ୍ୟ ଡାକ୍ତର କୁ ଦେଖାଇବା ପରେ ଜଣାପଡିଲା ସେ ୭ ମାସ ର ଗର୍ଭବତୀ । ପୀଡିତା ଙ୍କ ବୟାନ ଅନୁଯାୟୀ ଗାଁ ଗଉନ୍ତିଆ ଯାହାଙ୍କ ଘରେ ପୀଡିତା ଭିନ୍ନକ୍ଷମ ଯୁବତୀ ଦୀର୍ଘ ଦିନ ହେବ କାମ କରି ଆସୁଛି । ତାଙ୍କ ବିବାହିତ ପୁଅ ଅମୁଲ୍ୟ ବିଶ୍ୱାଳ ତା ସହିତ ବାରମ୍ବାର ଦୁଷ୍କର୍ମ କରୁଥିଲା । ମୁକ ଯୁବତୀ ଗର୍ଭବତୀ ଘଟଣା କୁ ନେଇ ଗାଁ ରେ କଙ୍ଗାରୁ କୋର୍ଟ ମଧ୍ୟ ବସିଥିଲା ଏବଂ ସର୍ବସମ୍ମୁଖ ରେ ପୀଡିତା ଯୁବତୀ ଗାଁ ଗଉନ୍ତିଆଁ ଙ୍କ ପୁଅ କୁ ଚିହ୍ନଟ ମଧ୍ୟ କରିଥିଲେ ।  କିନ୍ତୁ ଅଭିଯୁକ୍ତ ତଥା ଗୌନ୍ତିଆ ପରିବାର ଅଭିଯୋଗ କୁ ଖଣ୍ଡନ କରୁଛନ୍ତି । ଫଳ ରେ କଙ୍ଗାରୁ କୋର୍ଟ କୌଣସି ନିଷ୍ପତି ନ ଶୁଣାଇ ହାତ ଉଠାଇ ଦେଇଥିଲେ । ବରଂ  ପୋଲିସ ରେ ମାମଲା ରୁଜୁ ନ କରିବାକୁ ସମାଜ ଓ ଗାଁ ର ଗ୍ରାମରକ୍ଷୀ ଚାପ ପ୍ରୟୋଗ କରୁଥିବା ପୀଡିତା ପରିବାର ଅଭିଯୋଗ କରିଛନ୍ତି ।

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ କାର‌୍ୟ୍ୟାଳୟ ରେ ପୀଡିତା ଦ୍ୱାରସ୍ଥ ହେଲା ପରେ ମହିଳା ସେଲ ଦାୟିତ୍ୱ ରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ  ମଣିପାତ୍ର ଙ୍କ ନିର୍ଦ୍ଦେଶ ରେ ଜୁନାଗଡ ଥାନା ରେ ମାମଲା ରୁଜୁ ହୋଇଛି । ଜୁନାଗଡ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ପରିବାର ଗାଁ ର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ପୀଡିତ ପରିବାର ଗାଁ ରେ ଅସୁରକ୍ଷିତ ମନେ କରୁଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବିକାଶ ର ବାଟ ଚାହିଁ ବସିଛନ୍ତି ଭିତରପଣ୍ଡି ଗ୍ରାମବାସୀ

Leave a Reply

Your email address will not be published. Required fields are marked *