ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୧୨ ତାରିଖ କାର୍ତିକ ପୂର୍ଣ୍ଣିମା ଅବସରରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ତିକ ମିଳନ ଉତ୍ସବ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି କଳାବୁଦାସ୍ଥିତ ଶ୍ରଦ୍ଧାଂଜଳୀ କୁଟୀରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟକୁରା ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ସମାଜସେବୀ ଶୈଳେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ସମ୍ପାଦକ ନବଘନ ନାୟକ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ ,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ସମାଜସେବୀ ଶ୍ରୀକାନ୍ତ ନାୟକ, ଶିକ୍ଷାବିତ ପ୍ରଫୁଲ ବେହେରା,ସରପଂଚ ସୂର୍ଯ୍ୟମଣି ସେଠୀ,ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ପରିଷଦର ପ୍ରତିଷ୍ଠାତା ତଥା ପ୍ରଧ୍ୟାପକ ନୀରୋଦ କୁମାର ଦାସ , ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ ମାହାଳି ପ୍ରମୁଖ ଯୋଗଦେଇ କାର୍ତିକ ମିଳନକୁ ସରଶ ସୁନ୍ଦର କରିବା ପାଇଁ ମତାମତ ଦେଇଥିଲେ । ଉଲେଖନୀୟ ଏହିକି ପାଟକୁରାର ରାଜନୈତିକ , ସାମାଜୀକ , ସାଂସ୍କୃତିକ ବିକାଶରେ ସହଯୋଗ ରଖିଥିବା ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ସବରେ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର