କଳାହାଣ୍ଡି ୦୪/୧୧/୨୦୧୯(ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- ଦାଦନ ଖଟି ନିଜ ଗୋଡ ହରାଇ ଏବେ ଦୁଃଖ ରେ ବିତୁଛି ଜୀବନ….ସାମାନ୍ୟ ୭୦୦ ଭତା ଟଙ୍କା ରେ କେମିତି କାଟିବେ ଜୀବନ? ପ୍ରଶାସନ ଚୁପ… କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ କର୍ଲାମୁଣ୍ଡା ବସ୍ତି ବାସିନ୍ଦା ହେଉଛନ୍ତି ୨୨ ବର୍ଷୀୟ ଯୁବକ ସୌମ୍ୟ ରଞ୍ଜନ ବାଗ । ପାଠ ପଢି କିଛି କାମ ନ ମିଳିବାରୁ ବାଧ୍ୟ ହୋଇ ହାଇଦ୍ରାବାଦ ସ୍ଥିତ ମାଇ ହୋମ କମ୍ପାନୀ ରେ ଖଟୁଥିଲେ ଦାଦନ। ପରିବାର କୁ ଦୁଇ ଓଳି ଦି ମୁଠା ଆହାର ଯୋଗାଇବା ପାଇଁ ପରଦେଶୀ ସାଜିଥିଲେ ସୌମ୍ୟ । ହେଲେ ଭାଗ୍ୟ ର ବିଡମ୍ବନା ଦୁର୍ଭାଗ୍ୟ ବସତ କୌଣସି କାରଣ ରୁ ନିଜ ଗୋଡ଼ ହରାଇବାକୁ ପଡ଼ିଲା ସୌମ୍ୟଙ୍କୁ। କମ୍ପାନୀ ମାଲିକ ସହାୟତାର ପ୍ରତିଶ୍ରୁତି ଦେଇ ଛଳନା କରିଥିଲେ।ଏବେ ସୌମ୍ୟ ଙ୍କ ଦୁଃଖ କହିଲେ ନ ସରେ।ଦିନ ଥିଲା ସେ ପରିବାର ପାଇଁ ଦାଦନ ଖଟିବା କୁ ଯାଇଥିଲେ, ହେଲେ ଏବେ ନିଜ ବୃଦ୍ଧ ବାପା ଦାଦନ ଖଟିବା ପାଇଁ ବାହାର କୁ ଯାଇଛନ୍ତି । ନ ଯିବେ ବା କେମିତି? ପରିବାର ର ଏକମାତ୍ର ସହାରା ଥିଲା ସୌମ୍ୟ।ହେଲେ ସୌମ୍ୟ କରିବେ କଣ ?ସରକାରୀ ସାହାଯ୍ୟ ହିସାବ ରେ ଗୋଟିଏ ରାସନ କାର୍ଡ ମଧ୍ୟ ନାହିଁ । ଯୋଜନା ଉପରେ ଯୋଜନା ।କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ପିସି ନ ଦେଲେ କୌଣସି କାମ ହେଉନାହିଁ । ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ଙ୍କୁ ଗୁହାରୀ କରିଛନ୍ତି ସୌମ୍ୟ। ତେବେ ପ୍ରଶାସନ ର ପଦକ୍ଷେପ କୁ ଚାହିଁରହିଛନ୍ତି ସୌମ୍ୟଙ୍କ ପରିବାର। ଓଡ଼ିଶା ସମାଚାର