Tuesday , December 7 2021
Breaking News
Home / କୃଷି / ଲଗାଣ ବଷାଁ ଯୋଗୁଁ ପନି ପରିବା ଚାଷରେ ବିଳମ୍ବ

ଲଗାଣ ବଷାଁ ଯୋଗୁଁ ପନି ପରିବା ଚାଷରେ ବିଳମ୍ବ

ଗରଦପୁର,୦୩/୧୧/୨୦୧୯(ଓଡ଼଼ିଶା ସମାଚାର)- ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ପନିପରିବା ଚାଷରେ ବହୁ ବିଳମ୍ବ ହୋଇଛି । ପାଟକୁରା ଅଂଚଳ ଏକ କୃଷି ପ୍ରଧାନ ଅଂଚଳ । ଏଠିକାର ଚାଷୀମାନେ ବହୁ ପରିଶ୍ରମ କରି ବିଭିନ୍ନ ରୁତୁରେ ଭିନ୍ନ ଭିନ୍ନ ପ୍ରକାର ଚାଷ କରି ପରିବାର ଚଳାଇ ଥାଆନ୍ତି । ଅଂଚଳରେ ରହିଥିବା ନଦୀ ପାଶ୍ୱର୍ବର୍ତୀ ପଠା ଜମି ଓ ଅନ୍ୟ ଜମିମାନଙ୍କରେ ଚାଷୀ ମାନେ ବିଭିନ୍ନ ପ୍ରକାରର ପନି ପରିବା ବହୁଳ ମାତ୍ରାରେ ଚାଷ କରି ନିକଟସ୍ଥ ହାଟ ବଜାରମାନଙ୍କରେ ବିକ୍ରୟ କରିଥାଆନ୍ତି । ମାତ୍ର ଏହି ଅଂଚଳରେ ଜଳ ସେଚନର ସୁବିଧା ନ ଥିବା, ବର୍ଷାର ଅନିୟମିତତା, ନିୟମିତ ମାଟିର ଗୁଣବତ୍ତା ପରିକ୍ଷାରେ ବିଫଳ ହେଉଥିବା ଯୋଗୁଁ ଚାଷୀମାନେ ପନିପରିବା ଚାଷ କରିବାରେ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଅଂଚଳର ବେଡାରୀ, ପଦ୍ମପୁର, ଅନ୍ତେଇ, ପାଟକୁରା ଆଦି ପଂଚାୟତମାନଙ୍କରେ ଥିବା ଗ୍ରାମଗୁଡିକରେ ଅଧିକାଂଶ ଜମିରେ ବିରି ଫସଲ କରାଯାଉଥିବାବେଳେ,ପଦ୍ମପୁର ପଂଚାୟତରେ ସର୍ବାଧିକ ପରିମାଣରେ ପ୍ରମୁଖ ଅର୍ଥକାରୀ ଫସଲ ଭାବରେ ଗଣା ଯାଉଥିବା ଚିନାବାଦାମ ଚାଷ କରାଯାଇଥାଏ । ଅକ୍ଟୋବର ମାସର ଶେଷ ସପ୍ତହରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କେବଳ ଯେ ବିରି ଫସଲ ନଷ୍ଟ ହୋଇଛି ତାହା ନୂହେଁ,ଅଣ ଧାନ ଫସଲ ଯଥା ପନିପରିବା ଚାଷର ବ୍ୟାପକ ଭାବରେ କ୍ଷତି ଘଟିଛି । ଅନେକ ଚାଷୀମାନେ କ୍ଷେତକୁ ପ୍ରସ୍ତୁତି କରି ପନି ପରିବା ଚାଷ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, ହଠାତ୍ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷୀମାନଙ୍କ ମନର ପନିପରିବା ଫସଲର ଆଶାକୁ କିଛଇ ମାତ୍ରାରେ ମଉଳି ଦେଇଛି । ଚଢା ଦରରେ ବଜାରରୁ ପନି ପରିବା ମଞ୍ଜି କିଣି ଅନେକ ଚାଷୀମାନେ ଜମିରେ ଲଗାଇଥିବା ବେଳେ, ଲଗାଣ ବର୍ଷା ତାହାକୁ ଧୋଇ ନେଇଛି । ବେଡାରୀ, ସୋଲପାଟ, କୂଳତୁଠୀ, ଜଗଦ୍ଦଳପୁର, ହରିଦାସପୁର, ବିଚଣା ଓ ବଡକୂଳ ପଂଚାୟତର ଆଶ୍ରମ ବାଲିକୁଦା ଗ୍ରାମରେ ବହୁ ଏକର ଜମିରେ ବୁଣା ଯାଇଥିବା ବିରି ଫସଲ ଜମିରେ ପାଣି ରହିବା ଯୋଗୁଁ କେତେକ ଜମିରେ ବିରି ଫସଲ ପଚି ଯାଇଛି । ଆଶ୍ରମବାଲିକୁଦା ଗ୍ରାମର ପ୍ରମୁଖ ବିରି ଚାଷୀ ଭାବରେ ରାଜକିଶୋର ରାଉତରାୟ ଚଳିତ ବର୍ଷ ୬ ଏକର ଜମିରେ ବିରି ଚାଷ କରିଥିଲେ,ମାତ୍ର ବିରି ଗଛ ଦୁଇ ପତ୍ର ହୋଇଥିବା ବେଳେ, ଲଗାଣ ବର୍ଷା ଯୋଗୁଁ ବିରି ଜମିରେ ବର୍ଷା ପାଣି ଲହଡି ମାରିମାରୁ ବହୁ ବିରି ଗଛଗୁଡିକ ମରିଯାଇଥିବା ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ଯେଉଁ ବିରି ସଦ୍ୟ ବୁଣାଯାଇଥିଲା,ସେଗୁଡିକ ଗଛ ମଧ୍ୟ ହୋଇ ନ ଥିବା କେତେକ ଚାଷୀ ମତପ୍ରକାଶ କରିଛନ୍ତି । ଯେଉଁ ଜମିରୁ ବର୍ଷା ପାଣି ଛାଡି ଯାଇଥିଲା ସେଠାରେ ବିରି ଗଛଗୁଡିକ ଅଭିବୃଦ୍ଧି ଘଟୁ ନ ଥିବାର ଜଣାଯାଇଛି । ଏ ସମ୍ପର୍କରେ ମାର୍ଶାଘାଇ ଠାରେ ଥିବା ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ଯେ,ଲଗାଣ ବର୍ଷା ପ୍ରଭବରେ ବିରି ଫସଲରେ କ୍ଷତିଗ୍ରସ୍ତ ହୋଇଛି,ମାତ୍ର ବର୍ଷା ଯୋଗୁଁ ପନି ପରିବା ଚାଷ କ୍ଷେତ୍ରରେ କିଛି ପ୍ରଭାବ ପଡିବ ନାହିଁ ।କେତେକ ଜମିରେ ଲଗାଯାଇଥିବା ପନିପରିବା ଚାରା ଗଛ ଗୁଡିକ ଅଧିକ ବର୍ଷା ପ୍ରଭାବରୁ ସେଗୁଡିକ ଝାଉଁଳିବାକୁ ଆରମ୍ଭ କଲାଣି । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କୁ ପୁନଃ ଚାଷ ପାଇଁ ବିହନ ଓ ଆନୁସଙ୍ଗିକ ବ୍ୟବସ୍ଥା ସରକାରୀ ଭାବରେ ଯୋଗାଇ ଦିଆଗଲେ ଅଂଚଳର ବହୁ ଚାଷୀ ଉପକୃତ ହୋଇ ପାରିବେ ବୋଲି ଚାଷୀମାନଙ୍କ ପକ୍ଷରୁ କୁହାଯାଇଛି । ବିଶେଷ କରି ଉଦ୍ୟାନ କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲ ଚାଷୀ ମହଲରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ପବନ ବର୍ଷାରେ ଜିଲ୍ଲାର ହଜାର ହଜାର ଏକର ଜମି ଜଳମଗ୍ନ

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୧୧୩ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି । …

Leave a Reply

Your email address will not be published. Required fields are marked *