ଭୁବନେଶ୍ୱର,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ‘ରକ୍ତ ଦାନ ମହା ପୂଣ୍ୟ’, ‘ରକ୍ତ ଦିଅ ଜୀବନ ବଂଚାଅ’ ଏହିପରି କୁହାଯାଉଥିବା ଉକ୍ତିଗୁଡ଼ିକ ଶୁଣିବାକୁ ପାଉଛେ । ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଖାଖା ଏବଂ ଇଟିସି ବିଭାଗ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକାମାନେ ରକ୍ତ ଦାନ କରିଥିଲେ । ଏଥିରେ ସର୍ବମୋଟ ୧୨୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରରେ କଲେଜର ଅଧ୍ୟାପକ ଡଃ ସୁପ୍ରଭା ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉତ୍ସାହିତ କରିଥିଲେ । ଯୁବ ରେଡ଼କ୍ରସ ଶାଖାର ପରାମର୍ଶଦାତ୍ରୀ ଡଃ ସାଧନା ଶତପଥୀ ଛାତ୍ରଛତ୍ରୀମାନଙ୍କୁ କହିଥିଲେ ଯେ, ରକ୍ତଦାନ କରିବା ଦ୍ୱାରା ଏକ ଅମୂଲ୍ୟ ଜୀବନ ବଂଚିଯାଇ ପାରିବ । ଇଟିସି ବିଭାଗର ମୁଖ୍ୟ ଡଃ ପ୍ରଦୀପ୍ତ କୁମାର ଦାସ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ । ଯୁବ ରେଡ଼କ୍ରସ ଶାଖାର ସ୍ୱେଚ୍ଛାସେବୀ ସାଇ ରଞ୍ଜନ ବେହେରା, ସୌରଭ କୁମାର ବରାଳ, ଅନିଭା ଦାସ, ରୂପାଲି ଦଳାଇ, ସୋନାଲି ଦଳାଇ ଏବଂ ଗୀତାଞ୍ଜଳୀ ଦଳାଇ ପ୍ରମୁଖ ସଯୋଗ କରିଥିଲେ । ଓଡ଼ିଶା ସମାଚାର