କୁଜଙ୍ଗ,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଢିଙ୍କିଆ ଚାରିଦେଶର ୩ ପଂଚାୟତର ମହିଳା ଓ ମୁରବିମାନେ ବାହ୍ଲାଢିପ ଠାରେ ବୈଠକକରି ଜିନ୍ଦଲ ଜନଶୁଣାଣିକୁ ବିରୋଧ କରିବେ ବୋଲି ନିଷ୍ପତିି ନେଇଛନ୍ତି । ବଂଶୀଧର ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠି ନଂ. ୧୧୦୪୭ ଅନୁଯାୟୀ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରାଯିବ ବୋଲି ଭ୍ରମରବର ଦାସ, ପୂର୍ବତନ ସମିତିସଭ୍ୟ ସମରେନ୍ଦ୍ର ନାୟକ, ରଶ୍ମୀରଂଜନ ନାୟକ, ପ୍ରକାଶ ଜେନା, ଟୁନା ବରାଳ, ନୃସିଂହ ବେହେରା, ପ୍ରଶାନ୍ତ ଦାସ, ଅକ୍ଷୟ ଦାସ, ଯଦୁନାଥ ପରିଡା, ନିତ୍ୟାନନ୍ଦ ସ୍ୱାଇଁ, ରଂଜନ ନାୟକ, ମନୋରମା ଖଟୁଆ, ପ୍ରଶାନ୍ତ ସାମଲ,ସୁଜାତା ସାହାଣୀ, ଅନିତା ପାତ୍ର ପ୍ରମୁଖ ପ୍ରକାଶ କରିଥିଲେ । ସେହିପରି ପୋସ୍କୋ ଜମି ଅଧିଗ୍ରହଣ ପର ଠାରୁ ହୋଇଥିବା ନିଷ୍ପତିିକୁ କାର୍ଯ୍ୟକାରୀ କରାଯାଇ ନ ଥିବାରୁ କ୍ଷୋଭପ୍ରକାଶ କରିଥିଲେ । ଜିନ୍ଦଲ କମ୍ପାନୀର ଅଧିକାରୀମାନେ ଲୁଚିଛପି ଅଂଚଳରେ ପ୍ରବେଶକରି କେତେକଲୋକଙ୍କୁ ହାତକରି କମ୍ପାନୀ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ପ୍ରବର୍ତାଉଥିବା ଅଭିଯୋଗ କରାଯାଇଥିଲା । ଏଥର ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନିଷ୍ପତିି ନିଆଯାଇଥିଲା । ଓଡ଼ିଶା ସମାଚାର