ପାରାଦ୍ୱୀପ,୦୩/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ପକ୍ଷରୁ ସପ୍ତାହବ୍ୟାପି ଭିଜିଲାନ୍ସ ସଚ୍ଚେତନତା ସପ୍ତାହର ଉଦଯାପନୀ ଉତ୍ସବ ଅକ୍ଟୋବର ୨ତାରିଖ ଶନିବାର ଦିନ ସ୍ଥାନୀୟ ଅଫିସର୍ସ କ୍ଳବ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦରର ଉପ ଭିଜିଲାନ୍ସ ଅଧିକାରୀ ଏଚ୍.ଏସ୍.ରାଉତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇବା ସହ ବନ୍ଦରର ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟୋଜିତ ଏହି ଭିଜିଲାନ୍ସ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆମର ଦୈନନ୍ଦିନ ଜୀବନ ଓ ଚରିତ୍ରରେ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯଦି ସଚ୍ଚୋଟତା ଓ ସ୍ୱଚ୍ଛ ଚରିତ୍ର ଗଠନ ହୁଏ , ତେବେ ଭିଜିଲାନ୍ସର କୌଣସି ଭୂମିକା ବା ଆବଶ୍ୟକତା ରହିବ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ରଏ ନିଜ ବକ୍ତବ୍ୟରେ କହିଥିଲେ । ଏହି ସପ୍ତାହ ପାଳନ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତୀଯୋଗୀଙ୍କୁ ପୁରସ୍କୃାର ବିତରଣ କରାଯାଇଥିଲା । ଶେଷରେ ଭିଜିଲାନ୍ସ ବିଭାଗ ସହକାରୀ ଯନ୍ତ୍ରୀ ଡି.ପି.ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର