Wednesday , October 20 2021
Breaking News
Home / ବିଶେଷ / ପଂଚାୟତ ପୋଖରୀ ନିଲାମ ବିରୁଦ୍ଧରେ ମହିଳାଙ୍କ ଧାରଣା

ପଂଚାୟତ ପୋଖରୀ ନିଲାମ ବିରୁଦ୍ଧରେ ମହିଳାଙ୍କ ଧାରଣା

ରଘୁନାଥପୁର, ୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଚଂଚକତା କରି ପଂଚାୟତ ପୋଖରୀକୁ ନିର୍ବାହୀ ଅଧିକାରୀ କରିଥିବା ନିଲାମକୁ ବିରୋଧ କରି ମହିଳାମାନେ ରଘୁନାଥପୁର ବ୍ଲକ ସମ୍ମୁଖରେ ୮ ଘଂଟା ଧରି ଧାରଣା ଦେଇଥିଲେ । ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ କୁଆମଙ୍ଗା ଗ୍ରାମର ଏକ ପୋଖରୀକୁ କଂଟାପଡା ଗ୍ରାମର ୧୮ନଂ. ୱାର୍ଡମେମ୍ବର ଓ ଗ୍ରାମବାସୀଙ୍କୁ ନ ଜଣାଇ, ଏପରିକି ଡେଙ୍ଗୁରା ନ ବଜାଇ ଚଂଚକତା କରି ବେନିୟମ ଭାବେ ଫଚାୟତ ନିର୍ବାହୀ ଅଧିକାରୀ ନିଲାମ କରିଛନ୍ତି । ଏହାକୁ ବିରୋଧ କରି କୁଆମଙ୍ଗା କଂଟାପଡା ଗ୍ରାମ ୧୮ ନଂ. ୱାର୍ଡର ଦଳିତ ମହିଳାମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ଏ ଖବରପାଇ ବିଡିଓ ନିଜ ଅଫିସକୁ ନ ଆସି ଜଗତସିଂହପୁର ପଳାଇ ଯାଇଥିଲେ । ଉକ୍ତ ନିଲାମକୁ ବାତିଲକରି ଗ୍ରାମବାସୀଙ୍କୁ ନୋଟିସ ଓ ଡେଙ୍ଗୁରା ମାଧ୍ୟମରେ ଅବଗତ କରାଇ ପୁନର୍ବାର ପୋଖରୀ ନିଲମ କରିବାକୁ ୱାର୍ଡମେମ୍ବର ଯୁଧିଷ୍ଠିର ମଲ୍ଲିକ ଜିପିଓଙ୍କୁ ଦରଖାସ୍ତ ଦେଇଥିଲେ । ଏହି ଦରଖାସ୍ତ ଉପରେ ବିଚାର କରାଯିବ ବୋଲି ଜିପିଓ ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଧାରଣାରୁ ଉଠିଥିଲେ । ଧାରଣାରେ ରାଧାକୃଷ୍ଣ ମହିଳା ସ୍ୱୟଂସହାୟିକା ଦଳ, ବାବା ବିଶ୍ୱନାଥ ମହିଳା ସ୍ୱୟଂସହାୟକ ଦଳର ଛବି ମଲ୍ଲିକ, ସବିତା ମଲ୍ଲିକ, ସୀତା ମଲ୍ଲିକ, ଲକ୍ଷ୍ମୀପ୍ରୟା ମଲ୍ଲିକ, ମିନତୀ ମଲ୍ଲିକ, ଅଞ୍ଜନା ମଲ୍ଲିକ, ସରସ୍ୱତୀ ମଲ୍ଲିକ, କବିତା ମଲ୍ଲିକ, ସଞ୍ଜୁଲତା ମଲ୍ଲିକ, ଅନିତା ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *