କୋରାପୁଟ, ୦୩/୧୧/୨୦୧୯(ଓଡ଼ିଶା ସମାଚାର)-ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ଗ୍ରାମର ଏକ ମହିଳା ନଦୀରେ ବୁଡି ପ୍ରାଣ ହରାଇଛି । ଚନ୍ଦକା ଗ୍ରାମର ଯୋଗେଶ୍ୱର ଗୁଣ୍ଠାଙ୍କ ସୂଚନା ଅନୁାୟୀ ତାଙ୍କ ସହ ସ୍ତ୍ରୀ ଜମୁନା ଗୁଣ୍ଠା(୨୭), ପୁତ୍ର ଭଗତ ଗୁଣ୍ଠା(୫) ଏବଂ ତିନିମାସର ପୁତ୍ର କୃଷ୍ଣ ଗୁଣ୍ଠା ମିଳିତ ଭାବେ ଶନିବାର ପରିବା କିଣିବା ନିମନ୍ତେ ପୁକାଲି ହାଟକୁ ଆସିଥିଲେ । ଦିନ ପ୍ରାୟ ୧୨ଟାରେ ହାଟପାଶ୍ୱର୍ର ନଦୀକୁ ଶୌଚ ହେବା ନିମନ୍ତେ ତାଙ୍କ ସ୍ତ୍ରୀ ଯିବା ପରେ ପ୍ରବଳ ବର୍ଷା ହୋଇଥିଲା । ତାଙ୍କ ସ୍ତ୍ରୀ ଫେରିନଥିବା ଯୋଗୁଁ ସେହି ଠାରୁ ଖୋଜାଖୋଜି କରିବା ସତ୍ୱେ ନ ମିଳିବା ପରେ ପୁକାଲି ପଂଚାୟତର ସାକିଡି ନଦୀରେ ଏକ ମୃତଦେହ ଭାସୁଥିବା ଖବର ପାଇବା ପରେ ଏ ନେଇ ପଟାଙ୍ଗି ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳକୁ ଆଇଆଇସି ବିଜୟରାଜ ମାଝି ଏବଂ ଅଗ୍ନିଶମ ବିଭାଗର ଅଧ୍ୟକ୍ଷ ଦୁଷ୍ମନ୍ତକୁମାର ଭୋଇ ଘଟଣାସ୍ଥଳକୁ ଯାଇ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ନିଆଯାଇଥିଲା । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର
Check Also
ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ …