କେନ୍ଦ୍ରାପଡା,୦୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣୁପୁର(ପଟଣା) ଗ୍ରାମର ନୟନ ସାହୁଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୧ବର୍ଷ ବୟସର ପୁଅ ଚନ୍ଦନ ସାହୁ(ଅପ) ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗ୍ରାମର ପୋଖରୀ ହୁଡାରେ ସାଥୀମାନଙ୍କ ସହ ଖେଳୁଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ମଧ୍ୟକୟ ଖସି ପଡିଥିଲେ । ନୂତନ ଭାବେ ଖୋଳାଯାଇଥିବା ପୋଖରୀର ଅଥଳ ପାଣିରେ ଚନ୍ଦନ ବୁଡିଯାଉଥିବା ବେଳେ ସାଙ୍ଗ ପିଲାମାନଙ୍କର ବିକଳ ଚିତ୍କାର ଶୁଣି ପାଖ ରାସ୍ତା ଦେଇ ନିଜ କାମରେ ଯାଉଥିବା ଖମରପଡା ଗ୍ରାମର ଗଙ୍ଗୋତ୍ରୀ ଦାସ(୨୦) ଓ ମେହେନ୍ଦିପୁର ଗ୍ରାମର ସୁପ୍ରଭା ସେଠୀ(୨୧) ନିଜ ଜୀବନକୁ ବିପଦାପନ୍ନ କରି ପୋଖରୀକୁ ଡେଇଁ ପଡିଥିଲେ ଏବଂ ବୁଡିଯାଉଥିବା ଚବନ୍ଦନକୁ ପାଣିରୁ ଉଦ୍ଧାର କରି ତା’ର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ଗ୍ରାମବାସୀ ସେଠାରେ ପହଁଚି ଚନ୍ଦନକୁ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏବେ ଚନ୍ଦନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବାର ଜଣାପଡିଛି । ତେବେ ଯୁବତୀ ଦୁଇଜଣଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ଲୋକେ ଭୂୟସୀ ପ୍ରସଂଶା କରୁଛନ୍ତି । ଓଡ଼ିଶା ସମାଚାର