Sunday , October 17 2021
Breaking News
Home / ବିଶେଷ / ଗ୍ରାମ ପଂଚାୟତ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ବୈଠକ

ଗ୍ରାମ ପଂଚାୟତ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ବୈଠକ

ଭୁବନେଶ୍ୱର,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ୪ ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାର ଦଶଟି ବ୍ଲକ ମଧ୍ୟରେ ଥିବା ୧୯୦ଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୧୭୫ଜଣ କର୍ମଚାରୀ, ପିଅନ, ରାତ୍ର ଜଗୁଆଳି ଓ ଝାଡ଼ୁଦାରମାନଙ୍କୁ ନେଇ ପୁରୁଣା ଭୁବନେଶ୍ୱରସ୍ଥ ଡ଼ାଲମିଆ ଧର୍ମଶାଳାଠାରେ ଜିଲ୍ଲା ସଭାପତି ରାକେଶ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଗ୍ରାମ ପଂଚାୟତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ଗ୍ରାମ ପଂଚାୟତରେ ବହୁଦିନ ଧରି ସ୍ୱଳ୍ପ ପାରିଶ୍ରମିକ ସରପଂଚଙ୍କ ହାତଟେକା ଟଙ୍କା ପାଇ କାର୍ଯ୍ୟ କରୁଥିବା ମାସକୁ ୧୦୦ରୁ ୫୦୦ ଟଙ୍କା ଅତି ବେଶୀରେ ୧୫୦୦ଟଙ୍କା ପାଇ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ସଂଘ ନାପସନ୍ଦ କରୁଛି । କାରଣ ଓଡ଼ିଶା ଗ୍ରାମ ପଂଚାୟତ ରୁଲ୍ ୧୨୫, ୨୦୧୪ ମସିହା ନିୟମକୁ ଆଜି ପର୍ଯ୍ୟନ୍ତ ପରିବର୍ତନ କରାଯାଇ ନଥିବା ତଥା ସଂଶୋଧନ ହୋଇ ନଥିବାରୁ ଏହି କର୍ମଚାରୀମାନେ ପଂଚାୟତିରାଜ ବିଭାଗର ବିଧି ବ୍ୟବସ୍ଥାରେ ସ୍ଥାୟୀ ମାନ୍ୟତା ପାଇପାରି ନାହାଁନ୍ତି ଓ ସମାନ କାମକୁ ସମାନ ଦରମା ପାଇବାରୁ ବଂଚିତ ହୋଇଛନ୍ତି । ଭବିଷ୍ୟତକୁ ଆଶା ରଖି ରାଜ୍ୟ ରାଜକୋଷରୁ ଦରମା ପାଇବା ପାଇଁ ଏହି କର୍ମଚାରୀମାନେ ଅନ୍ୟ ବିଭାଗ ଭଳି ସମାନ ଭାବେ ଅନୁରୂପ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସକାଳ ୧୦ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ କରି ଆସୁଛନ୍ତି । ହେଲେ ଏମାନଙ୍କର ଦୁଃଖ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ସୁବିଚାର  କରି ଯଥା ଶୀଘ୍ର ଗ୍ରାମପଂଚାୟତ ରୁଲ୍ ୧୨୫, ୨୦୧୪ମସିହା ନିୟମକୁ ସଂଶୋଧନ କରି କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ବା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବା ନିମନ୍ତେ ସଂଘ ତରଫରୁ ଦୃଢ ଦାବି କରାଯାଇଅଛି । ଯଦି ଏହି ଦାବିକୁ ପୂରଣ କରାନଯାଏ ଏପରିକି ରାଜ୍ୟ ରାଜକୋଷରୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ୬,୭୯୮ ଗ୍ରାମ ପଂଚାୟତର ୮,୮୨୧ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଉକ୍ତ ସଭାରେ ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଚନ୍ଦନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *