Wednesday , October 4 2023
Breaking News
Home / ବିଶେଷ / କ୍ଷତାକ୍ତ ହେଟାବାଘ ଉଦ୍ଧାର

କ୍ଷତାକ୍ତ ହେଟାବାଘ ଉଦ୍ଧାର

ଝରିଗାଁ ୦୩/୧୧/୨୦୧୯(ଓଡ଼ିଶା ସମାଚାର)-ଝରିଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡା ଗ୍ରାମରୁ କ୍ଷତାକ୍ତ ହେଟାବାଘ ଉଦ୍ଧାର ହୋଇଛି । ସୂଚନାମୁତାବକ ଗ୍ରାମ ନିକଟସ୍ଥ ଚାଷଜମିରେ ରାତ୍ରରେ ଜନ୍ତୁଟିଏ କରୁଣ ଚିକ୍ରାର କରିବା ଶୁଣି ଗ୍ରାମବାସୀ ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ । ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ହରେଲାଲ ନିଆଲ, ଗାର୍ଡ ରାଜୁ ମଣ୍ଡଳ ପ୍ରମୁଖ ଗ୍ରାମକୁ ଯାଇ ଚିକ୍ରାର ଅନୁସରଣ ପୂର୍ବକ ଚାଷଜମିରେ ପହଂଚିଥିଲେ । ଘେଟାବାଘର ମୁଣ୍ଡରେ ଆଘାତ ଲାଗିଥିବାରୁ କ୍ଷତାକ୍ତ ଅବସ୍ଥାରେ ଜମିରେ ପଡିରହିଥିବା ଦେଖି ତାକୁ ସେଠାରୁ ଉଦ୍ଧାର କରି ଝରିଗାଁରେ ଚିକିତ୍ସା ପ୍ରଦାନ କରାଯାଇଥିଲା । ଏନେଇ ଜିଲା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପାପଡାହାଣ୍ଡି ହରିଣପାର୍କରୁ ଏ.ମନୋଜ ନିଜ ଟିମ ସହ ଝରିଗାଁ ପହଂଚି ହେଟାବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାପଡାହାଣ୍ଡିରେ ଉନ୍ନତିମାନର ଚିକିତ୍ସା କରାଇ ହେଟାବାଘ ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଯଆଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *