କେନ୍ଦ୍ରାପଡା ୦୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ରସାୟନ ବିଭାଗ ଓ ଆଂଚଳିକ ରସାୟନ ସମାଜ ପକ୍ଷରୁ “ପରିବେଶ ସଙ୍କଟର ସମାଧାନ – ସବୁଜ ରସାୟନ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରସାୟନ ବିଜ୍ଞାନର ପ୍ରଫେସର ଡଃ.ଅଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜ୍ଞାପନ କରିଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମହାବିଦ୍ୟାଳୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଡଃ.ଦେବେନ୍ଦ୍ର ଗୋଛାୟତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡଃ.ପ୍ରମୋଦ କୁମାର ଦାସ ଆଲୋଚନାଚକ୍ରର ଭିତିିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଓଡିଶା ରସାୟନ ସମାଜର ବୀବରଣି ପାଠ କରିଥିଲେ ସମ୍ପାଦକ ଡଃ.ପ୍ରଭାତ କୁମାର ସ୍ୱାଇଁ । କଲେଜର ପୂର୍ବତନ ଅଧ୍ୟାପକ ଡଃ.ଶରତ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂପାନ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ମାଡ୍ରାସ ଆଇ.ଆଇ.ଟି.ର ପ୍ରଫେସର ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ସମାଜରେ ପରିବେଶ ସନ୍ତୁଳନ ପାଇଁ ସବୁଜ ରସାୟନର ଆବଶ୍ୟକତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ପ୍ରଥମ ଅଧିବେଶନ ଶେଷରେ ଡଃ.ଗିରୀଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁଇଟି ବୈଷୟିକ ଅଧିବେସନ ସଂଗଠିତ ହୋଇଥିଲା । ଏହି ସଂପାନରେ କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଫେସର ସତ୍ୟବାନ ଜେନା, ଭୂବନେଶ୍ୱର ଆଇ.ଆଇ.ଟି.ର ଡଃ.ସୁଜିତ ରାୟ, ରାଉରକେଲା ଏନ.ଆଇ.ଟିର ଡଃ.ଆର.କେ.ପଟେଲ,ଭୂଭନେଶ୍ୱର ଆଇ.ଏମ.ଏମ.ଟି.ର ଡଃ.ମମତା ମହାପାତ୍ର,ଖଲିକୋଟ ବିଶ୍ୱ ବିଦ୍ୟାଳୟର ଡଃ.ସୋନାସିର ମିଶ୍ର,ନାଇଜରର ଡଃ.ଦୀପକ କୁମାର ସାହୁ,ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଡଃ.ସୁଚିତ୍ରା ମହାନ୍ତି,ବରହମପୁର ବିଶ୍ୱ ବିଦ୍ୟାଳୟର ଡଃ.ସି.ଏସ.ପଣ୍ଡା,ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଏ.ସି.ଦାସ,ସାଲେପୁର ମହାବିଦ୍ୟାଳୟର ଡଃ.ଏ.ପରିଜା,ନିମାପଡା ମହାବିଦ୍ୟାଳୟର ଡଃ.ମଞ୍ଜୁଶ୍ରୀ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ରସାୟନ ସମାଜର ସଭାପତି ଡଃ.ଅଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଉଦଯାପନି ଉତ୍ସବ ସଂଗଠିତ ହୋଇଥିଲା । ଏହି ଉପଲକ୍ଷେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଧ୍ୟାପିକା ନିରୂପମା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ତପନ କୁମାର ପତି,ରଞ୍ଜିତ କୁମାର ଦାସ,ଡଃ.ଗୈାରପ୍ରସାଦ ଷଡଙ୍ଗୀ,ଅଶୋକ କୁମାର ଦାସ,ଡଃ.ପୈାର୍ଣ୍ଣମାସୀ ପଣ୍ଡା,ଲେଫଟନାଂଟ ସୀମା ମହାନ୍ତି,ମୋନାଲିସା ସିଂ,ଡଃ.ସୂଚିସ୍ମିତା ବେହେରା,ଡଃ.ଅନ୍ନପୂର୍ଣ୍ଣା ସୁଆର,ଶର୍ମିଷ୍ଠା ଦାସ,ପ୍ରତୀକ୍ଷା ଦାସ,ଜ୍ୟୋତିର୍ମୟ ଦାସଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସଂପାନ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଏହି ଆଲୋଚନାର ସୁପରିଚାଳନା ପାଇଁ ଓଡିଶା ରସାୟନ ସମାଜ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର
