ବିରିଡ଼ି, ୦୩/୧୧/୨୦୧୯(ଓଡ଼ିଶା ସମାଚାର)- ବିରିଡ଼ି ବ୍ଲକ ଆତ୍ମା ପକ୍ଷରୁ ଶୁକ୍ରବାର ବିରିଡ଼ି କୃଷି କାର୍ଯ୍ୟାଳୟରେ କୃଷକ ଉପଦେଷ୍ଟା କମିଟି ଗଠନ କରାଯାଇଛି । ବିରିଡ଼ି କୃଷି ଅଧିକାରୀ ପ୍ରଦୀପ୍ତ କୁମାର ବେଉରାଙ୍କ ତତା୍ୱବଧାନରେ ଆୟୋଜିତ ସଭାରେ ପୂର୍ବତନ ବ୍ଲକଅଧକ୍ଷ ରବିନାରାୟଣ ଜେନା ଅଧ୍ୟକ୍ଷତା କରିଥିଲେ । ପରେ ସର୍ବସମ୍ମତି କ୍ରମେ ଏକ ୨୫ ଜଣିଆ କୃଷକ କମିଟି ଗଠନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ଭାବେ ପୂର୍ବତନ ଆତ୍ମାଅଧ୍ୟକ୍ଷ ରବିନାରାୟଣ ଜେନା ଏବଂ ସଭ୍ୟ ଭାବେ ପୂର୍ବତନ ସରପଂଚ ତୃପ୍ତିରଂଜନ ରାୟ, କାଳନ୍ଦି ଚରଣ ବସ୍ତିଆ, ସତ୍ୟଭାମା ମହାପାତ୍ର, ପବିତ୍ର ପଶାୟତ, ଜିଲା ସଂଖ୍ୟାଲଘୁ ସେଲ ସଭାପତି ମିର୍ ଆଜମିର ଅଲ୍ଲି, ସରପଂଚ ଅମିତ କୁମାର ରାଉଳ, ସମିତିସଭ୍ୟ ବିଶ୍ୱରଂଜନ କର, ମିତାଞ୍ଜଳି ଭୋଇ ପ୍ରମୁଖଙ୍କୁ ନିଆଯାଇଥିଲା । ସହକାରୀ ପଶୁ ଚିକିତ୍ସା ଅଧିକାରୀ ମନୋରଂଜନ ମହାନ୍ତି, ମତ୍ସ୍ୟବିଭାଗ ଅଧିକାରୀ ମୋନାଲିସା ମଲ୍ଲିକଙ୍କ ସମେତ ୩୦ରୁ ଊଦ୍ଧ୍ୱର୍ କୃଷକ ଯୋଗଦେଇଥିଲେ । ଓଡ଼ିଶା ସମାଚାର