କଳାହାଣ୍ଡି, ୦୩/୧୧/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ମୁଖ୍ୟାଳୟ ଠାରେ ନୂତନ ପୋଲିସ କାର୍ୟାଲୟ କୁ ଲୋକାର୍ପଣ ଉତ୍ସବ ରେ ଜୁନାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶିଳ୍ପ,ଶକ୍ତି ଓ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି,ଏହି ଅବସରରେ ଓଡ଼ିଶା ରାଜ୍ୟ ପୋଲିସ ଡିଜି ବି. କେ. ଶର୍ମା ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ପୋଲିସ ପ୍ରଶାସନ ସବୁବେଳେ ଜନତା ଙ୍କ ସହିତ ଅଛି, ଏବେ ମୋ ସରକାର ରେ ସାଧାରଣ ଜନତା ପୋଲିସ ର ଦ୍ୱାରସ୍ଥ ହେଲେ କଣ ଅସୁବିଧା ହେଉଛି
ପୋଲିସ କିପରି ବ୍ୟବହାର କରୁଛି ତାହା ସିଧାସଳଖ ଟୋଲ ଫ୍ରି ନମ୍ବର ରେ ଆମକୁ ଜଣାଇପାରିବେ ବୋଲି କହିଥିଲେ, କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭଳି ପରାଗ ହର୍ଷଦ ମଧ୍ୟ ଯୋଗ ଦେଇଥିଲେ।କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଙ୍କ ଅଧକ୍ଷତା ରେ ଅନ୍ୟାନ୍ୟ ବରିଷ୍ଠ ଅତିଥି ମାନଙ୍କ ସହ ସଚେତନ ନାଗରିକ,ମହିଳା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର