କେନ୍ଦ୍ରାପଡା ୦୨/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ନରଣପୁର ଗ୍ରାମର ଅଲେଖ ସେଠୀଙ୍କ ଝିଅ ପ୍ରମିଳା ସେଠୀ (୨୨) ଶନିବାର ଭୋର ପ୍ରାୟ ୪ଟା ସମୟରେ ଶୌଚ ହେବାକୁ କହି ଘରୁ ଆସିଥିଲେ । ଦିନ ୯ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେ ଶୌଚ ହେବା ସମୟରେ ନିକଟସ୍ଥ ଗୋବରୀ ନଦୀରେ ବୁଡିଯାଇଥିବାର ସନ୍ଦେହ କରି କେନ୍ଦ୍ରାପଡା ଦମକଳ ବାହିନୀକୁ ଖବର ଦିଆଯିବାରେ କେନ୍ଦ୍ରାପଡା ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ପ୍ରାୟ ୪ ଘଂଟା ପାଣି ଭିତରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ପାଇ ନଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଓଡ଼ିଶା ସମାଚାର