ସାଲେପୁର ୦୨/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ବ୍ଲକ୍ ସନ୍ନିକଟ ଅଂଚଳ ସାରଙ୍ଗା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ରୋଟାରୀ କ୍ଲବ୍ ଅଫ୍ କଟକ ଆନୁକୂଲ୍ୟରେ ରୋଟାରୀ କମ୍ୟୁନିଟି କର୍ପ୍ସ-ବିରୂପା, ବିଜୟାନନ୍ଦ ଯୁବ ପରିଷଦ ଓ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ସହଯୋଗରେ ବିଶ୍ୱ ପୋଲିଓ ଦିବସ-୨୦୧୯ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ୍ ଅଫ୍ କଟକର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ (କୁନା) ଓ ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପ୍ରଚାର ପ୍ରସାର ଓ ସଚେତନତା ମାଧ୍ୟମରେ ହିଁ ପୋଲିଏ ମୁକ୍ତ ବିଶ୍ୱ ଗଠନ କରାଯାଇପାରିବ ଏହା ମାଧ୍ୟମରେ ହିଁ ଭାରତକୁ ପୋଲିଓ ମୁକ୍ତ କରାଯାଇପାରିଛି । ଆଜିର ଦିବସରେ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଅଭିଯାନ ଜାରି ରଖି ଭାରତକୁ ପୋଲିଓ ମୁକ୍ତ ରଖିବାକୁ ଆହ୍ୱାନ ଜଣାଇଥିଲେ । ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରର ପ୍ରଧାନ ଆ•ର୍ଯ୍ୟା ଲତିକା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ତରଫରୁ ପ୍ରାକ୍ତନ ସଭାପତି ଡ. ସୁବାସିନୀ ଲେଙ୍କା, ଇଂ. ଧିରେନ୍ଦ୍ର କୁମାର ବିଶ୍ୱାଳ, ସୁଜିତାଭ ଶତପଥି, ରୋଟାରିଆନ୍ ପ୍ରଫେସର ବିମଳ ପ୍ରସାଦ ନନ୍ଦ, ବରିଷ୍ଠ ରୋଟାରିଆନ୍ କାନ୍ତିଭାଇ ପରଭିଆ, ରୋଟାରିଆନ୍ ପ୍ରଶାନ୍ତ କୁମାର ମହାନ୍ତି, ଡ୍ରିମସ୍ ର ଲୋକସମ୍ପର୍କ ଅଧିକାରୀ ନିରାକାର ସାହୁ, ସମାଜସେବୀ ବୈଦ୍ୟନାଥ ମହାନ୍ତି ଓ ଦେବରାଜ ପୃଷ୍ଟି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଭଟିମୁଣ୍ଡା ଗ୍ରାମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଯୁବକ ଓ ରୋଟାରୀ କ୍ଲବ୍ ର ସମସ୍ତ ସଭ୍ୟ ପ୍ଲାଗ୍କାର୍ଡ ଧରି ପୋଲିଓ ଦିବସରେ ଛୋଟପିଲାମାନଙ୍କୁ ପୋଲିଓ ଟୀକା ନିଶ୍ଚିନ୍ତ ଖୁଆଇ ଭାରତକୁ ପୋଲିଓ ମୁକ୍ତ ଜାରି ରଖିବାବୁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଜୟାନନ୍ଦ ଯୁବ ପରିଷଦର ସମ୍ପାଦକ ବିଶ୍ୱରଂଜନ ସାହୁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ,ଶିକ୍ଷାକେନ୍ଦ୍ରର ଗୁରୁଜୀ, ଗୁରୁମା ଓ ପରିଷଦର ସଭ୍ୟମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର