Tuesday , January 18 2022
Breaking News
Home / କୃଷି / ଫସଲର କ୍ଷତିପୁରଣ ନମିଳିଲେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ 

ଫସଲର କ୍ଷତିପୁରଣ ନମିଳିଲେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ 

ରଘୁନାଥପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)-ବାତ୍ୟା ଫନିକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରଘୁନାଥପୁର ବ୍ଲକ୍ ଅଂଚଳର ଚାଷୀମାନେ ସେମାନଙ୍କ କ୍ଷତିପୁରଣ ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ଫସଲ ହରାଇ ମାନସିକ ଭାବରେ ଦୁର୍ବଳ ହୋଇଯାଇଥିବା ଚାଷୀମାନେ ୭ ଦିନ ଭିତରେ ସେମାନଙ୍କ ଚାଷ ଜମିର କ୍ଷତିପୁରଣ ନପାଇଲେ ଜଗତସିଂହପୁର ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।  ସୂଚନାଯୋଗ୍ୟ କି ବାତ୍ୟା ଫନିରେ ରଘୁନାଥପୁର ବ୍ଲକ୍ ଚିକିଣିଆ ଓ ତଅଁରା ପଂଚାୟତ ସମେତ  ସମସ୍ତ ଅଂଚଳରେ ବ୍ୟାପକ ଫସଲ ଯଥା : ପନି ପରିବା, ଆଖୁ,  କୋଳଥ,  ଡ଼ାଳୁଅ ଧାନ ଇତ୍ୟାଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଋଣ ଓ ଧାର କରି ଚାଷ କରିଥିବା ଚାଷର ପ୍ରଭୁତ କ୍ଷତି ହୋଇଥିବାବେଳେ  ପୁନର୍ବାର ଗତ ଲଗାଣ ବର୍ଷାରେ  ପନି ପରିବା, ଆଖୁ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ।  ଚାଷୀମାନଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ  ସରକାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରଘୁନାଥପୁର କୃଷି ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହିଁ । କ୍ଷତିର ମାତ୍ରା ଏତେ ଅଧିକ ହୋଇଛି ଯେ ଚାଷୀମାନେ ଏକତ୍ରୀତ ହୋଇ ଏକ ବୈଠକ କରିଥିଲେ । ବୈଠଳର ନିଷ୍ପତି ଅନୁଯାୟୀ  ଆସନ୍ତା ୭ ଦିନ ମଧ୍ୟରେ ଫସଲ କ୍ଷତି ଜନିତ କ୍ଷତି ପୂରଣ ନମିଳିଲେ ଜିଲାପାଳଙ୍କ ଅଫିସ ଆଗରେ  ଆମରଣ ଧାରଣା ଦିଆଯିବ ବୋଲି ଜିଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା,  ଅଗ୍ରଣୀ ଚାଷୀ ପାର୍ଥସଖା ପାଲଟା ସିଂ,  ପ୍ରକାଶ ଜେନା,  ଗଙ୍ଗାଧର ଜେନା, ରଂଜିତ ଗୋଛାୟତ , ଅଭୟ କୁମାର ସାମନ୍ତରାୟ,ରାମଚନ୍ଦ୍ର ଦାସ, ପ୍ରଭାକର ମହାପାତ୍ର , ଅମୂଲ୍ୟ ଦାସ, ପତିତପାବନ ଦାସ,  ପ୍ରଦୀପ ଦାସ, ନବଘନ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *