ଜଗତସିଂହପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)- ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଦୁର୍ନିତୀ ଏକ ସାମାଜିକ ବ୍ୟାଧି । କ୍ରମେ କ୍ରମେ ଏହା ଇତିହାସ ପୃଷ୍ଠାରେ ଲମ୍ବି ଆସିଲାଣି । ଦୁର୍ନିତି ଏକ ମାନସିକତା । ଯାହାର ଆଶା ନାହିଁ ସେ ଦୁର୍ନିତୀ ଗ୍ରସ୍ତ । ସାଧୁ ଓ ସଚ୍ଚୋଟ ଲୋକ କେବେବି ଜୀବନରେ ହାରାସ ହୁଅନ୍ତୁ ନାହିଁ । ଜଗତସିଂହପୁର ମାଟିର ସନ୍ତାନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୈାଧୁରୀ ଶାସନ ଗାଦି ଛାଡି ସାଇକେଲରେ ଯାଇଥିଲେ । ଓଡିଶା ମାଟି ମଧୁବାବୁ ଓ ଗୋପବନ୍ଧୁଙ୍କୁ ଜନ୍ମ ଦେଇଛି । ସେମାନେ ଜୀବନରେ ସର୍ବସ୍ୱ ତ୍ୟାଗ କରିଛନ୍ତି । ସରକାରଙ୍କ ୫ଟି ମନ୍ତ୍ର ଦୁର୍ନିତୀ ପ୍ରତିହତ କରିବାରେ ସହାୟକ ହେବ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍ କହିଲେ ପୋଲିସ ଅଧିକାରୀମାନେ ଏଫ୍.ଆଇ.ଆର ପଂଜିକରଣ ବେଳେ ଅଯଥା ହଇରାଣ ହରକତ ନକରିବା,ଲାଂଚ ନମାଗିବା ଓ ଅଯଥା ବିଳମ୍ବ ନକରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ମୋ ସରକାର କାର୍ଯ୍ୟ କ୍ରମରେ ଥାନା ଓ ଡାକ୍ତରଖାନାରେ ହେଇଥିବା ଦୁର୍ନିତି,ଦଲାଲ କାରବାର,ସାଧାରଣ ଲୋକଙ୍କୁ ଅଯଥା ହଇରାଣ ହରକତ ନକରିବା ପାଇଁ ସିଧା ସଳଖ ଜନସାଧାରଣଙ୍କ ଠାରୁ ଫିଡ୍ ବ୍ୟାକ ନେଉଛନ୍ତି । ଏହା ଦୁର୍ନିତୀ ପ୍ରତିହତ କରିବାରେ ସହାୟକ ହୋଇ ପାରିଛି । ଏହି ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ସେଂଟ୍ରାଲ ଭିଜିଲାନ୍ସ କମିଶନ ଏ ବର୍ଷ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶୀର୍ଷକ ରଖିଛନ୍ତି । “ସଚ୍ଚୋଟତା ଏକ ଜୀବନ ଶୈଳୀ’’ପ୍ରତ୍ୟେକ ମଣିଷ ନିଜର କର୍ତବ୍ୟରେ ସଚ୍ଚୋଟତା ରଖିବା ଆବଶ୍ୟକ ।
ସାମାଜିକ,ଆଧ୍ୟାତ୍ମିକ ଓ ରାଜନୈତି୍କ ଜୀବନରେ ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପଆରକ୍ଷୀ ଅଧିକ୍ଷକ,ଭିଜିଲାନ୍ସ,କଟକ ଶ୍ରୀ ଦେବ ନାରାୟଣ ଦାସ କହିଲେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଅକ୍ଟୋବର ୨୮ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନିତୀ ନିବାରଣ ସପ୍ତାହ ପାଳନ କରାଯାଉଛି । ଯାହା ନିତୀ ନୁହେ ଁ,ତାହା ଦୁର୍ନିତୀ । ୨୦୧୯ ମସିହାରେ ୧୮୦ ଦେଶ ଭିତରେ ଭାରତ ଦୁର୍ନିତୀରେ ୭୮ ତମ ସ୍ଥାନ ପାଇଛି । ରାଜ୍ୟ ସରକାର ଦୁର୍ନିତୀକୁ ନିବାରଣ ପାଇଁ ୫ଟି କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି । ଦୁର୍ନିତୀ ସଂପର୍କରେ ସୂଚନା ଦେବା ପାଇଁ ୧୦୬୪ ଟୋଲ୍ ଫ୍ରି ନମ୍ବରରେ ଡାଏଲ୍ କରିବା, ଫେସ୍ବୁକ୍ ଓ ଟ୍ୱିଟର ମାଧ୍ୟମରେ ସୂଚନା ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଅଧିକାରୀ, କର୍ମଚାରୀ, ପଂଚାୟତ ପ୍ରତିନିଧି,ବୁଦ୍ଧିଜିବୀ,ଛାତ୍ରଛାତ୍ରୀ ସମସ୍ତଙ୍କୁ ଦୁର୍ନିତୀ ମୁକ୍ତ ହେବା,ଜୀବନରେ ସାଧୁତା ଏବଂ ଆଇନକୁ ଅନୁସରଣ କରିବା, ଜନହିତକର କାର୍ଯ୍ୟ କରିବା, ଦେଶର ଅର୍ଥନୈତିକ,ରାଜନୈତିକ ତଥଆ ସାମାଜିକ ବିକାଶରେ କାର୍ଯ୍ୟ କରିବା ପାଇଁ ସତ୍ୟନିଷ୍ଠା ଶପଥ ପାଠ କରାଇଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ କହିଲେ ମଣିଷର ଆବଶ୍ୟକତା ଅସୁମାରି ଲୋଭ ବଶତ ଅନିଛାକୃତ ଭୁଲ କରିଛେ । ଦୁର୍ନିତୀ ଦ୍ୱାରା ଚାରିତ୍ରିକ ଅବକ୍ଷୟ ଆରମ୍ଭ ହୁଏ । ଆସ ଦୁର୍ନିତୀ ମୁକ୍ତ ସମାଜ ଗଠନ କରିବା ଓ ନିଜର ବିବେକ ଅନୁଯାୟୀ କର୍ତବ୍ୟ ସଂପାଦନ କରିବା । ପ୍ରାରମ୍ଭରେ ଆରକ୍ଷୀ ନିରୀକ୍ଷକ, ଭିଜିଲାନ୍ସ ଜଗତସିଂହପୁର ଶ୍ରୀ ହେମନ୍ତ କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର