Sunday , October 2 2022
Breaking News
Home / ବିଶେଷ / ଘୁସୁରିଆ ସେତୁ ରେ ସ୍ଲୁଇସ ଗେଟ ଲାଗୁ

ଘୁସୁରିଆ ସେତୁ ରେ ସ୍ଲୁଇସ ଗେଟ ଲାଗୁ

ଗରଦପୁର,୦୨/୧୧/୨୦୧୯(ଓଡ଼ିଶା ସମାଚାର)-ଘୁଷୁରିଆ ଜୋରର ସେତୁ ଠାରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଗଲେ ସେତୁର ଉପର ଅସଙ୍ଖଳରେ ରହିଥିବା ପ୍ରାୟ ୭୦ ହେକ୍ଟର ଚାଷ ଜମିରେ ଜଳସେଚିତ ହୋଇପାରିବା ସହିତ ଜୋର ମଧ୍ୟରେ ରହୁଥିବା ପାଣିରେ ଖରା ଦିନେ ବିଭିନ୍ନ ପ୍ରକାର ଫସଲ ହୋଇ ପାରିବ ବୋଲି ଅଂଚଳର ବହୁ ବରିଷ୍ଠ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ନୂଆପଡା-ଅନ୍ତେଇ ଆର.ଡି. ରାସ୍ତାର କିଣିଲୋ ଗ୍ରାମ ନିକଟରେ ଏକ ଅଶୃଙ୍ଖଳା ଜୋର ଉପରେ ୧୦ ଗୋଟି ହ୍ୟୁମ୍ ପାଇପ୍ ପକା ଯାଇ ଘୁଷୁରିଆ ସେତୁ ନାମରେ ୮୦ ଦଶକରେ ନିର୍ମାଣ କରାଯାଇଛି । ଏହି ସେତୁ ଉପର ମଧ୍ୟ ଦେଇ ଅଞ୍ଚଳର ଲୋକମାନେ ଯାତାୟତର ସୁବିଧା ପାଉଥିଲେ ମଧ୍ୟ,ଏହି ସେତୁରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇ ନ ଥିବାରୁ ଉପର ଅଂଚଳରେ ରହିଥିବା ଜୋର ଓ ଚାଷ ଜମିରୁ ଉଦବୃତ ଜଳସବୁ ତଳ ଅଂଚଳକୁ ଗଡି ପଳାଇ ଯାଉଛି । ଘୁଷୁରିଆ ଜୋର ହେଉଛି,ବୃହତ୍ ଅସୁରଖୋଳା ଜୋରର ଏକ ଅଂଶ ବିଶେଷ ହୋଇଥିବାରୁ ଏହା ବେଡାରୀ ଠାରୁ ଆରମ୍ଭ ହୋଇ ଅସୁରଖୋଳାର ଜୋରର ଶେଷ ଭାଗ ମହାକାଳପଡା ବ୍ଲକ ଅନ୍ତର୍ଗତ ଟିକରପଙ୍ଗା ପଂଚାୟତର କୁଳା ପର୍ଯ୍ୟନ୍ତ ଲମ୍ବିଛି । ଗତ ତିନି ବର୍ଷ ତଳେ କଟକ ଠାରେ ଥିବା ଡ୍ରେନେଜ୍ ବିଭାଗ ପକ୍ଷରୁ ବେଡାରୀ ଠାରୁ ଏହି ଜୋରର କିଛି ଅଂଶ ତଳ ଆଡକୁ ଖୋଳା ଯାଇଛି ,ମାତ୍ର ପୂର୍ଣ୍ଣାଙ୍ଗ ଭାବରେ ଏହା ଖୋଳା ନ ଯାଇ ଅଧାପନ୍ତରିଆ ପଡି ରହିଛି ଅବସ୍ଥାରେ ରହିଛି । ଏବେ ଡ୍ରେନେଜ୍ ଡିଭିଜନ ଅଫିସ୍ ମାର୍ଶାଘାଇ ଠାରେ ଖୋଲାଯାଇଥିଲେ ମଧ୍ୟ ଜୋର ଖୋଳାଇବାରେ ଅଣଦେଖା କରୁଥିବାର ଚାଷୀ ମହଲରୁ ଅଭିଯୋଗ ହେଉଛି । ତେଣୁ ଏହି ଜୋରର ଉପର ଅଂଚଳରେ ଥିବା ବେଡାରୀ, ଦଳୁଆଣି, ପାଇଲୋ, ଶ୍ରୀଚନ୍ଦନପୁର, ମନ୍ତେଇ, ଅନ୍ତେଇ, କିଣିଲୋ ଓ ଗୋତ୍ରବିଲ୍ ଆଦି ଗ୍ରାମର ପ୍ରାୟ ୭୦ହେକ୍ଟର ରୁ ଉଦ୍ଧ୍ୱର୍ ଚାଷ ଜମି ରହିଛି । ବର୍ଷା ଦିନମାନଙ୍କରେ ଚାଷ ଜମିରୁ ବର୍ଷା ପାଣି ଗଡିଯାଇ ଏହି ଘୁଷୁରିଆ ସେତୁ ମଧ୍ୟ ଦେଇ ତଳ ଅଂଚଳକୁ ବହି ଯାଉଥିବା ବେଳେ, ମରୁଡି ସମୟରେ ଚାଷ ଜମି ଓ ଜୋରରେ ଆବଶ୍ୟକ ପାଣି ରହିପାରୁ ନାହିଁ । ତେଣୁ ମରୁଡି ସମୟରେ ଚାଷୀ ମାନଙ୍କ ମଧ୍ୟରେ ଚାଷ ଜମିକୁ ପାଣି ସମସ୍ୟା ଦେଖାଯାଉଛି ।ଏଣୁ ଏହି ଜୋରର ଘୁଷୁରିଆ ସେତୁ ଠାରେ ଯଦି ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇ ପାରନ୍ତା ,ତେବେ ଏହି ଅଂଚଳର ଚାଷ ଜମିରେ ଆବଶ୍ୟକ ଜଳ ରହିବା ସହିତ ଜୋରରେ ପାଣି ରହିଲେ ଚାଷ କାର୍ଯ୍ୟରେ ବ୍ୟବହୃତ ହୋଇ ପାରନ୍ତା । ତେଣୁ ପ୍ରଶାସନ ପକ୍ଷରୁ ଏଠାରେ ଏକ ସ୍ଲଇସ୍ ଗେଟ ନିର୍ମାଣ କରାଯିବା ପାଇଁ ଅଂଚଳବାସୀ ମାନଙ୍କ ପକ୍ଷରୁ ଉଦୟନାଥ ଚୌଧୁରୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.