Wednesday , October 27 2021
Breaking News
Home / ବିଶେଷ / ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୦୨/୧୧/୨୦୧୯(ଓଡ଼ିଶା ସମାଚାର)-ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ କାର୍ଯ୍ୟକାରଣୀ ବୈଠକ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଉକ୍ରଳମଣି ସଭାକକ୍ଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ନଭେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନଷ୍ପତିିମାନ ଗ୍ରହଣ କରାଯିବ । ଦେଶରେ ଦିନକୁ ଦିନ ବଢୁଥିବା ମହିଳା ଅତ୍ୟାଚାର, ହିଂସା, ଦୁଷ୍କର୍ମ, ଅସହିଷ୍ଣୁତା, ବେରୋଜଗାର, ବନ୍ଦ ହେବାକୁ ଯାଉଥିବା କଳ କାରଖାନା, ସମ୍ବିଧାନ ରକ୍ଷା ଓ ଜାତୀୟତା ପ୍ରତି ବିପଦ ଆଦି ପ୍ରସଙ୍ଗରେ ପ୍ରସ୍ତାବମାନ ଗ୍ରହଣ କରାଯିବ । ଉକ୍ତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବଭାରତୀୟ ସଭାନେତ୍ରୀ ତଥା ପୂର୍ବତନ ସାଂସଦ ମାଳିନୀ ଭଟ୍ଟାଚାର୍ଯ୍ୟ, ସମ୍ପାଦିକା ମାରିୟମ ଧାୱେଲ, କେରଳ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ କେ.ଏସ୍. ଶୈଳଜା, ବିଶିଷ୍ଟ ମହିଳା ନେତ୍ରୀ ସୁହାସିନୀ ଅଲ୍ଲୀ, କେରଳ ମହିଳା କମିଶନ ଅଧ୍ୟକ୍ଷା ଏସ୍.ସି. ଜୋସେଫାଇନ୍, ସୁଧାସୁନ୍ଦରମଣି, ହରିଆନାର ଖାପ୍ ପଂଚାୟତ ବିରୋଧୀ ଆନ୍ଦୋଳନର ନେତ୍ରୀ ଜଗମତି ସଙ୍ଗବାନ, ତାମିଲନାଡ଼ୁର ଦଳିତ ବିରୋଧୀ ନେତ୍ରୀ ବାସୁକୀଙ୍କ ସମେତ ୨୩ଟି ରାଜ୍ୟର ନାରୀ ଆନ୍ଦୋଳନର ନେତ୍ରୀମାନେ ଯୋଗ ଦେଇଥିଲେ । ଏଥିସହିତ ଓଡ଼ିଶା ରାଜ୍ୟ ମିହଳା ଆନ୍ଦୋଳନର ନେତ୍ରୀ ତାପସୀ ପ୍ରହରାଜ, ପୁଷ୍ପାଞ୍ଜଳି ଦାଶ ଓ ସନ୍ଧ୍ୟା ମଜୁମଦାର ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *