Sunday , September 25 2022
Home / ଶିକ୍ଷା / ୱେଷ୍ଟର୍ଣ୍ଣ ଓଡିଶା ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ୱେଷ୍ଟର୍ଣ୍ଣ ଓଡିଶା ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ଖଡିଆଳ,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ନୂଆପଡା ଜିଲା ଖଡିଆଳ ସ୍ଥିତ ୱେଷ୍ଟର୍ଣ୍ଣ ଓଡିଶା ଆବାସିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ମୁଖ୍ୟଅତିଥି ଭାବରେ ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ  । ଏଥିରେ ପ୍ରତିଯୋଗୀ ମାନଙ୍କର ମୁଲ୍ୟାଙ୍କନ ସକାଶେ ଅଧ୍ୟାପକ ତରୁଣ କୁମାର ପ୍ରଧାନ, ରାଜଲକ୍ଷ୍ମୀ ରଥ, ଯଶୋବନ୍ତ କୁମାର ହଂସ ଏବଂ ସୌମ୍ୟ ରଞ୍ଜନ ସିଂ ଯୋଗଦାନ କରିଥିଲେ  ।

ଏହି ବିଜ୍ଞାନ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ସତୀଶ ପଟ୍ଟନାୟକ, ଜିତେନ୍ଦ୍ର ଦଣ୍ଡସେନା, ଅରୁଣ କୁମାର ବାରିକ, ମସି ଚରଣ ନାଗ, ସ୍କୁଲ ସଭାପତି ବିଜୟ କୁମାର ବିଶୋୟୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମସି ଚରଣ ନାଗ ପରିଚାଳନା କରିଥିଲେ  । ସ୍କୁଲ ଅଧ୍ୟକ୍ଷା ସ୍ନିଗ୍ଧା ଘୋଷ, ପରେଶ ତମ୍ବା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.