ସାଲେପୁର ୦୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ହାଇସ୍କୂଲ ପଡ଼ିଆରେ ଲୈାହ ପୁରୁଷ ସର୍ଦ୍ଧାର ବଲ୍ଳଭ ଭାଇ ପଟେଲ ଙ୍କ ୧୪୫ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସାଲେପୁର ହାଇସ୍କୁଲ ପଡ଼ିଆରେ ଏକ ଗଣଦୈାଡ଼ ଆରମ୍ଭ ହୋଇ ବିଭିନ୍ନ ବଜାର ଛକ ଦେଇ ରାଇସୁଙ୍ଗୁଡ଼ା ହାଇସ୍କୁଲ ପଡ଼ିଆରେ ପହଂଚିଥିଲା । ଏହି ଗଣଦୈାଡ଼କୁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ ଜେନା ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସରେ ରାଇସୁଙ୍ଗୁଡ଼ା ହାଇସ୍କୁଲ ପଡ଼ିଆରେ ଯୁବନେତା ରଶ୍ମିରଂଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ୍ ବିହାରୀ କର, ମୁଖ୍ୟବକ୍ତା ଭାବେ ଯୋଗଗୁରୁ ସ୍ୱୟଂପ୍ରକାଶ ଦ୍ୟୋତକ ରଂଜନ ମହାପାତ୍ର , ସମ୍ମାନୀତ ଅତିଥି ଭାବେ ସମାଜସେବୀ ସଂଗ୍ରାମ କେଶରୀ ସ୍ୱାଇଁ ଯୋଗଦେଇ ଦେଶ ସ୍ୱାଧୀନତା ପରେ ଅଖଣ୍ଡ ଭାରତ ଗଠନ କରିବାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ସାହସୀକତା ଉପରେ ଆଲୋକପାତ କରିଥିଲେ । ବିଭୂତି ନାରାୟଣ କର ଧନ୍ୟବାଦ ଅର୍ପଣ କରିଥିବା ବେଳେ କିଶୋର ମହାନ୍ତି , ଶୁଭେଶ ରଂଜନ ପରିଡ଼ା, ପ୍ରମୋଦ ନାୟକ, ରବିନାରାୟଣ ବେହେରା, ରଶ୍ମିରଂଜନ ପରିଡ଼ା, ଦିବ୍ୟଲୋଚନ ଖୁଂଟିଆ, ବାସୁଦେବ ବେହେରା, ପ୍ରସନ୍ନ ବାରିକ୍, ନିରାକାର ନାୟକ, ବୁଟୁ କର, ଧର୍ମେନ୍ଦ୍ର ମଲ୍ଲିକ , ଗଣେଶ୍ୱର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର