ଭବାନୀପାଟଣା, ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ଭବାନୀପାଟଣା ସହରରେ ବୁଧବାର ମିତବ୍ୟତିତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ସ୍ୱଳ୍ପ ସଂଚୟ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ଜିଲା ଜରୁରୀକାଳିନ ଅଧିକାରୀ ସୁରେନ୍ଦ୍ରନାଥ ତ୍ରିପାଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏଥିରେ ମାଣିକେଶ୍ୱରୀ ହାଇସ୍କୁଲ, ଟାଉନ ହାଇସ୍କୁଲ, ମ୍ୟୁନିସିପାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଏସସିସି ଛାତ୍ର ଓ ଭବାନୀପାଶଙ୍କର ନିଆଲ, ମହେନ୍ଦ୍ର ପଣ୍ଡା, ଏନସିସି ଛାତ୍ର ଓ ଭବାନୀଶଙ୍କର ନିଆଲ, ମହେନ୍ଦ୍ର ପଣ୍ଡା, ଏନସିସି ଅଫିସର ରବି କାନୁନଗୋ, ରାଜେନ୍ଦ୍ର ସାହୁ, ସୁକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ । ସୁନୀଲ କାନୁନଗୋ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର