Thursday , September 29 2022
Breaking News
Home / ତାଜା ଖବର / ବଜ୍ରପାତରେ ଶ୍ରମିକ ମୃତ

ବଜ୍ରପାତରେ ଶ୍ରମିକ ମୃତ

କେସିଙ୍ଗା,୦୧/୧୧/୨୦୧୯(ଓଡ଼ିଶା ସମାଚାର)- କେସିଙ୍ଗା ବ୍ଳକ ଅଧମୁଣ୍ଡା ଗାଁରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ ଗତକାଲି ଗାଁ ର ଅମିତ କୁମାର ପ୍ରଧାନ (୩୩) ଉକ୍ତ ଗାଁର ଚାଷୀ ବିଷ୍ଣୁ ସାଙ୍କ କପା ତୋଳିବା ପାଇଁ ଯାଇଥିଲେ । ଅପରାହ୍ନ ପ୍ରାୟ ୪ଟାବେଳେ ବର୍ଷା ହେବାରୁ ଅମିତ ଘରକୁ ଫେରୁଥିବାବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ତାଙ୍କୁ ପାଷ୍ଟିକୁଦା ଡାକ୍ତରଖାନା ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଦୁଇ ପୁଅ, ସ୍ତ୍ରୀ ଓ ବାପା ଅଛନ୍ତି । ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.