ଭବାନୀପାଟଣା,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସ୍ଥାନୀୟ ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୋକସୋ ଆଇନ୍ ଓ ଜୁଭେନାଇଲ୍ ଜଷ୍ଟିସ୍ (ଯତ୍ନ ଓ ସୁରକ୍ଷା) ଆଇନ୍ ସମ୍ପର୍କରେ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ୱିଟି ସାମନ୍ତରାୟ ଓ ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲାରେ ଥିବା ସ୍ପେସିଆଲ ଜୁଭେନାଇଲ୍ ପୁଲିସ୍ ୟୁନିଟ୍ ଓ ଜିଲାର ସମସ୍ତ ଥାନାର ଥାନା ଅଧିକାରୀ, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, ଜିଲା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ସମନ୍ୱିତ ଶିଶୁ ସୁରକ୍ଷା ସ୍କିମ୍ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଉପସ୍ଥାପନ କରିଥିଲେ । କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡ. ଗାୟତ୍ରି ଦେବୀ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜେଶ କୁମାର ନାୟକ ଶିଶୁ ମଙ୍ଗଳ ସମିତିର କାର୍ଯ୍ୟଧାରା ଓ ଦାୟିତ୍ୱ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଥାନାକୁ କୌଣସି ଅପରାଧରେ ସଂଶ୍ଳିଷ୍ଟ ହୋଇ ଆସୁଥିବା ବାଳ ଅପରାଧିମାନଙ୍କୁ ଶିଶୁ ସୁଲଭ ଢଙ୍ଗରେ ବ୍ୟବହାର ପ୍ରଦର୍ଶନ କରିବାକୁ ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାଜେଶ ନାୟକ ଅନୁରୋଧ କରିଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ର ପ୍ରୋବେଶନ ଅଫିସର୍ ବିକାଶ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର