ପାରାଦ୍ୱୀପ ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ସତର୍କତା ସଚେତନତା ପକ୍ଷ ପାଳନ ଅବସରରେ ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ପରିବେଶିତ ହୋଇଥିଲା । ପାରାଦ୍ୱୀପ ଗଡ ବଜାରରେ ଏହି ସଚେତନତା ନାଟକ ପ୍ରଦର୍ଶିତ ହୋଇଥିଲା । ସେହିପରି କେନ୍ଦ୍ରାପଡା ଜିଲ୍ଲା ବଡକୁଳସ୍ଥ ବଦ୍ରମହାକାଳୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ରିଫାଇନାରୀର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର