Monday , October 2 2023
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦର ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଳିତ

ପାରାଦ୍ୱୀପ ବନ୍ଦର ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଳିତ

ପାରାଦ୍ୱୀପ ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ପାରାଦ୍ୱୀପ ବନ୍ଦର ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସର୍ଦ୍ଦାର ପଟେଲଙ୍କୁ ଭକ୍ତିସ୍କୃତ ଶ୍ରଦ୍ଧାଞ୍ଜି ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସମବେତ କର୍ମଚାରୀ, ସିଆଇଏସଏଫ୍ କର୍ମଚାରୀ, ସାକ୍ଷରତା ସମିତିର ସଦସ୍ୟା ଓ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗରୁ ଆସିଥିବା ଜନସାଧାରଣଙ୍କୁ ରାଷ୍ଟ୍ରିୟ ଏକତା ଦିବସ ପରିପ୍ରେକ୍ଷୀରେ  ଏକ ସପଥପାଠ କରାଇଥିଲେ । ଏହାପରେ ଅଧ୍ୟକ୍ଷ ଶ୍ରୀ ରଏ ‘ରନ୍ ଫର ୟୁନିଟି’ (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସ ପରିପ୍ରେକ୍ଷୀରେ ଅପରାହ୍ନରେ ଏକ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ଶ୍ରୀ ରଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଦର ସିଆଇଏସଏଫ, ପୋର୍ଟଟ୍ରଷ୍ଟ ହାଇସ୍କୁଲ, ଏନସିସ, କଲେଜ ଏନ୍ସିସି ଓ ଓଡିଶା ମେରିଟାଇମ ଏକାଡେମୀର କ୍ୟାଡେଟସ୍ ମାନେ ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *