Monday , January 24 2022
Breaking News
Home / ବିଶେଷ / ନିର୍ମାଣାଧୀନ ରାସ୍ତା ଶୀଘ୍ର ସାରିବା ଦାବି ନେଇ ରାସ୍ତାରୋକ

ନିର୍ମାଣାଧୀନ ରାସ୍ତା ଶୀଘ୍ର ସାରିବା ଦାବି ନେଇ ରାସ୍ତାରୋକ

ଭବାନୀପାଟଣା, ୦୧/୧୧/୨୦୧୯(ଓଡ଼ିଶା ସମାଚାର)- ଭବାନୀପାଟଣା ସହର ମଧ୍ୟରେ ଥିବା ବାହହାଦୁର ବଗିଚାପଡା – ଦୟାନିଧି ଛକ ରାସ୍ତା ନିର୍ମାଣଧୀନ ରାସ୍ତା ଶୀଘ୍ର ସାରିବା ଦାବି ନେଇ ଉକ୍ତ ଅଂଚଳର ଲୋକେ ଗୁରୁବାର ରାସ୍ତାରୋକ କରୁଥିବା ଦେଖାଦେଇଥିଲା । ଏହି ରାସ୍ତା ନିର୍ମାଣରେ ଅଜଥା ବିଳମ୍ବ ହେଉଥିବା ଯୋଗୁଁ ରାସ୍ତା କଡରେ ଥିବା ଲୋକଙ୍କ ଘରକୁ ଧୂଳି ଗୁଣ୍ଡ ଉଡିବା ତଥା ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ଫଳରେ ଉକ୍ତ ପଡାର ଲୋକ ବାହାଦୁର ବଗିଚାପଡା-ଦୟାନିଧିଛକ ନିକଟରେ ରାସ୍ତା ଅବରୋଧ କରିବସିଥିଲେ । ତୁରନ୍ତ ଏହି ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ଲୋକେ ଦାବି କରିଛନ୍ତି । ଏହି ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାଶ୍ୱରେ ବହୁ ଯାନ ବାହାନ ଅଟକ ରହିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ହଟିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *