Monday , December 6 2021
Breaking News
Home / ତାଜା ଖବର / ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ

ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ

ପାରାଦ୍ୱୀପ ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ପୁଣି ଦୃର୍ଘଟଣାରେ ଶ୍ରମିକର ମୃତ୍ୟୁ ଘଟିଛି । ମୃତଶ୍ରମିକଙ୍କ ନାମ ଗନ୍ଧର୍ବ ଗୌଡ (୫୮) ଓ ତାଙ୍କ ଘର ନୂଆବଜାର ଅଂଚଳରେ ବୋଲି ଜଣାପଡିଛି । ଆଜି ଭୋର ସମୟରୁ ଗନ୍ଧର୍ବ ନିଜେ କାର୍ଯ୍ୟରେ ଥିବା ସମୟରେ ତାଙ୍କ ଉପରେ ଓଡି.୦୬ୱାଇ-୩୪୮୧ ଏକ ଆଇରନ ବୋଝେଇ ଟ୍ରକ୍ ଚଢିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଏହି ସମ୍ପର୍କରେ ପାରାଦ୍ୱୀପ ଆଦର୍ଶ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଡ୍ରାଇଭରକୁୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକ ଜଣଙ୍କ ଏଫସିଆଇ ୟୁନିୟନର ସଭ୍ୟ ହୋଇଥିଲା ବେଳେ ଏହାର ସମ୍ପାଦକ ସନାତନ ବେହେରା ଓ ଅନ୍ୟକର୍ମକର୍ତାମାନେ ଉପସ୍ଥିତ ରହି ବନ୍ଦରର ଅଧିକାରୀଙ୍କ ସହିତ ଆଲୋଚନା ପରେ ମୃତକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *