Monday , December 6 2021
Breaking News
Home / ବିଶେଷ / ଚାରଣ ଭୂଇଁର ଅଭାବ ,ସଙ୍କଟରେ ଗୋ-ମହିଁଷାଦି ପ୍ରାଣୀ 

ଚାରଣ ଭୂଇଁର ଅଭାବ ,ସଙ୍କଟରେ ଗୋ-ମହିଁଷାଦି ପ୍ରାଣୀ 

ପାଟକୁରା ୦୧/୧୧/୨୦୧୯(ଓଡ଼ିଶା ସମାଚାର)-ଦିନକୁ ଦିନ ଗ୍ରାମାଂଚଳରେ ଚାରଣ ଭୂଇଁର ଅଭାବ ସୃଷ୍ଟି ହୋଇଥିବାରୁ ,ଏବେ ଗ୍ରାମାଂଚଳରେ ଥିବା ଗୋ-ମହିଁଷାଦି ପ୍ରାଣୀ ଗୁଡିକ ସଙ୍କଟରେ ପଡୁଥିବାର ଦେଖାଯାଇଛି । ଚାରଣ ଭୁଇଁ ଦିନକୁ ଦିନ ସଙ୍କୁଚିତ ହେଉଥିବା ଯୋଗୁଁ ଗାଁ ଗହଳିରେ ଥିବା ଗୋ-ସମ୍ପଦ,ମହିଁଷାଦି ପ୍ରାଣୀ ଦୈନିକ ବାହାରେ ଘାସ ଚରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ଯୋଗୁଁ କ୍ରମେ ଗ୍ରାମାଞ୍ଚଳର ଲୋକମାନେ କ୍ଷୀର,ଲହୁଣୀ,ଦହି ଛେନା ଆଦି ଦୁଗ୍ଧଜାତ ଦ୍ରବ୍ୟ ପାଇଁ ବାହାର ଅଂଚଳ ବା ହାଟ ବଜାର ଉପରେ ନିର୍ଭର କରିବାକୁ ପଡୁଛି ।

ପୂର୍ବରୁ ଗାଁ ଗହଳିମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଗୋଚର, ଅନାବାଦୀ, ଦଣ୍ଡା,ଆଦି ସ୍ଥାନମାନ ରହିଥିଲା । ଏଥି ସହିତ ଅଂଚଳର ବିଭିନ୍ନ ସ୍ଥାନମାନଙ୍କରେ ଥିବା ରାସ୍ତା ପାଶ୍ୱର୍ରେ ମଧ୍ୟ ଗାଇ ଗୋରୁ ଚରାବୁଲା କରି ପାରୁଥିଲେ । ଏବେ କିନ୍ତୁ ଗୋଚର, ଦଣ୍ଡା, ଅନାବାଦି ଆଦି ସ୍ଥାନ ଗୁଡିକରେ ସମ୍ପୃକ୍ତ ଗ୍ରାମ ଗୁଡିକର ଲୋକମାନେ ଅନେକାଂଶରେ ବ୍ୟବହାର କରୁଥିବା ବେଳେ, ଅଂଚଳର ପ୍ରମୁଖ ରାସ୍ତା ଗୁଡିକ ପାଶ୍ୱର୍ମାନଙ୍କରେ ସରକାରଙ୍କ ବନୀ କରଣ ଯୋଜନାରେ ଜଙ୍ଗଲ ବିଭାଗ  ପକ୍ଷରୁ ବଡ ବଡ ବୃକ୍ଷ ସୃଷ୍ଟି କରାଯିବା ପାଇଁ ଚାରା ଗଛ ରୋପଣ କରାଯାଇଛି । ଯାହା ଫଳରେ ବନୀ କରଣ କରାଯାଇଥିବା ରାସ୍ତା ପାଶ୍ୱର୍ରେ ଚାରା ଗଛ ଗୁଡିକୁ ସୁରକ୍ଷା ଦେବା ପାଇଁ ତାର ଜାଲି,ଗୁରୁଡା ଓ କେତେକ ସ୍ଥାନରେ ବାଡବନ୍ଦି  ଆଦି ନିର୍ମାଣ କରାଯାଇଛି । ଏଥି ଯୋଗୁଁ ସଂପୃକ୍ତ ନିକଟସ୍ଥ ଗ୍ରାମ ଗୁଡିକର ଗାଇ ଗୋରୁ ପୂର୍ବ ଭଳି ଆଉ ରାସ୍ତା ପାଶ୍ୱର୍ରେ ମୁକ୍ତ ଭାବରେ ଚରାବୁଲା କରି ପାରୁ ନ ଥିବାବେଳେ ଗାଁ ର ଦଣ୍ଡା ଗୋହିରିକୁ ମଧ୍ୟ ଆସିବାରେ ଅସୁବିଧା ମାନ ଦେଖାଯାଉଛି । ଆନକ ରାସ୍ତା , ଧାନ ଖଳା , ସଭା ମଣ୍ଡପ ଆଦି ମଧ୍ୟ ଗୋଚର ଜମିରେ କରାଯାଇଛି । ଗାଁ ଗହଳିରେ ରହିଥିବା ପୂର୍ବର ସଭ୍ୟତା ,ସଂସ୍କୃତି,ପରମ୍ପରା ଓ ନିତୀ ନିୟମକୁ ଆଜିର ପାଶ୍ଚାତ୍ୟମୂଖୀ ମଣିଷ ଏକ ପ୍ରକାର ଭୂଲିବାକୁ ବସିଲାଣି । ହିନ୍ଦୁ ଧର୍ମର ଆରାଧ୍ୟା ଥିବା ଗୋ-ମାତା,ବା ଗୋ- ସମ୍ପଦ ଏବେ ସଙ୍କଟରେ ପଡିଯାଇଛନ୍ତି । ଘରେ ଘରେ ଅନୁଷ୍ଠିତ ପୂଜା,ପାର୍ବଣ ପାଇଁ ଏବେ ବାହାର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ଚାରଣ ଭୂଇଁର ଅଭାବ ଓ ଅନ୍ୟାନ୍ୟ ଦୃଷ୍ଟି କୋଣରୁ ଅଧିକାଂଶ ଗ୍ରାମ ମାନଙ୍କରେ ଦେଶୀ ଗାଈ ଗୋରୁମାନଙ୍କ ସଂଖ୍ୟା ଦୃତ ଭାବରେ ହ୍ରାସ ପାଇଛି । ଅଧିକ କ୍ଷୀର ଉତ୍ପାଦନ ଆଶାରେ ଗ୍ରାମାଂଚଳର ଲୋକ ମାନେ  ଏବେ ଶଙ୍କର ଜାତିୟ ଗାଇ ପାଳନ କରୁଥିବାର ଦେଖାଯାଉଛି । ଗାଈର ଦୃତ ହ୍ରାସ ପାଇଥିବା ଯୋଗୁଁ ଲୋକମାନେ ଏବେ ଓମଫେଡ,ମିଲ୍କି ମୁଁ ଭଳି ଦୁଗ୍ଧ ଯାତ କମ୍ପାନୀ ଗୁଡିକ ଉପରେ ନିର୍ଭର କରିବାକୁ ପଡୁୂଛି । ଅନ୍ୟ ପକ୍ଷରେ ଦେଶୀ ଗାଈର କ୍ଷୀର,ଛେନା,ଲହୁଣୀ,ଦହିରୁ ମିଳୁଥିବା ପ୍ରୋଟିନ୍ ଶଙ୍କର ଜାତିୟ ଗାଈଙ୍କ ଠାରୁ ମିଳୁନାହିଁ । ସେହିପରି ଏବେ ଚାଷ ପାଇଁ ଚାଷୀମାନେ କମ୍ ଖର୍ଚ୍ଚ ଓ ସ୍ୱଳ୍ପ ସମୟ ମଧ୍ୟରେ ଯନ୍ତ୍ରପାତି ଉପରେ ନିର୍ଭର କରୁଛନ୍ତି । ଫଳରେ ଆଉ ପୂର୍ବ ଭଳି ଗ୍ରାମାଂଚଳରେ ବଳଦ ସଂଖ୍ୟା ଦେଖିବାକୁ ମିଳୁ ନାହିଁ ।ଏଭଳି ପରିସ୍ଥିତିରେ ପୂର୍ବଭଳି ଆଉ ଜୈବିକ  ଖତର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି । ତେଣୁ ଏଭଳି ପରିସ୍ଥିତିରେ ସରକାରଙ୍କ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ଯଦି ସରକାରୀ ଜମିରୁ ଜବର ଦଖଲ ହଟାଇବା ସଙ୍ଗେ ସଙ୍ଗେ ଦିନକୁ ଦିନ ବଢି ଚାଲିଥିବା ଗୋଚର ଅନାବାଦୀ ଜମିକୁ ସୁରକ୍ଷା ଦେଇ ପାରନ୍ତେ ,ତେବେ ଗୋଚର ମୁକ୍ତ ହେବା ସହିତ ଗୃହ ପାଳିତ ପ୍ରାଣୀ ମାନେ ମଧ୍ୟ ପାଳନ ହୋଇ ପାରନ୍ତେ ।  ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *