Monday , December 6 2021
Breaking News
Home / ବିଶେଷ / ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସ୍ତରୀୟ ଶତବାର୍ଷିକ ଉତ୍ସବ ସମାରୋହ

ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସ୍ତରୀୟ ଶତବାର୍ଷିକ ଉତ୍ସବ ସମାରୋହ

କେନ୍ଦ୍ରାପଡା,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ଅଖିଳ ଭାରତ ଶ୍ରମିକ ସଂଗଠନ(ଏ.ଆଇ.ଟି.ୟୁ.ସି.) ଏକଶତବର୍ଷରେ ପଦାର୍ପଣ କରିବା ସହିତ ଭାରତବର୍ଷର ଖଟିଖିଆ ମେହନତି ଶ୍ରମଜୀବି ଜନଗଣ ସର୍ବୋପରି ଶ୍ରମିକଶ୍ରେଣୀଙ୍କ ଜୀବନଜୀବିକା , ସାମାଜିକ ଓ ଅର୍ଥନୈତିକ ନିରାପତା , ଶତସହସ୍ର ଆନ୍ଦୋଲନ ଜରିଆରେ ୪୪ଗୋଟି ଶ୍ରମିକ ଶ୍ରେଣୀ ସପକ୍ଷବାଦୀ ଶ୍ରମ ଆଇନ ପ୍ରଣୟନ କ୍ଷେତ୍ରରେ ଐତିହାସିକ ଅବଦାନ ନେଇ ଦେଶର ଶତକୋଟି ଶ୍ରମଜୀବି ଜନତାର ନୟନର ପିତୁଳା ସାଜିଛି । ନିଯୁକ୍ତି, ଛଟେଇ,ତାଲାବନ୍ଦ ବିରୁଦ୍ଧରେ ଅଜସ୍ର ରକ୍ତକ୍ଷୟୀ ସଂଗ୍ରାମର ସାରଥି ସାଜିଛି ଏ.ଆଇ.ଟି.ୟୁ.ସି. । ସେଦିନ ଥିଲା ୧୯୨୦ମସିହା ଅକ୍ଟୋବର ମାସ ୩୧ତାରିଖ । ମାଲିକ ତଥା ପୁଞ୍ଜିପତି ଶ୍ରେଣୀର ଷଡଯନ୍ତ୍ର ପୂର୍ଣ୍ଣ ନାଲିଆଖିକୁ ବେଖାତିର କରି ଦେଶ ସ୍ୱାଧୀନତାର ୨୭ବର୍ଷ ପୂର୍ବରୁ ଜାତୀୟ ତଥା ଆନ୍ତର୍ଜାତୀକ ସ୍ତରର ପୁଞ୍ଜିପତି ଶ୍ରେଣୀ ଏବଂ ବ୍ରିଟିଶରାଜ  ବିରୋଧରେ ଲଢେଇକରି କୋଟି କୋଟି ବୁଭୁକ୍ଷୁ ଜନତାର ମୁହଁରେ ହସ ଫୁଟାଇଥିଲା ଏ.ଆଇ.ଟି.ୟୁ.ସି. । ଆଜି ଶହେବର୍ଷର ଗୈାରବୋଜ୍ଜ୍ୱଳ ଇତିହାସ ଶ୍ରମିକ ଶ୍ରେଣୀର ହୃଦୟପଞ୍ଜରା ଭିତରୁ ବିଜୟ ବୈଜୟନ୍ତର ରଣଦୁନ୍ଦୁଭି ବଜାଉଥିବା ବେଳେ କେନ୍ଦ୍ରରେ କ୍ଷମତାସୀନ ଦକ୍ଷୀଣପନ୍ଥୀ ପ୍ରତିକ୍ରୀୟାଶିଳ ଏବଂ ଶ୍ରମିକ ସ୍ୱାର୍ଥ ବିରୋଧୀ ବିଜେପି ନେତୃତ୍ୱାଧିନ ସରକାର ଦେଶରେ ବର୍ଷବର୍ଷର ଲଢେଇ ଫଳରେ ୪୪ଗୋଟି ଅର୍ଜିତ ଶିଳ୍ପ ଆଇନକୁ ସଂଶୋଧନ କରି ୪ଟି କୋର୍ଡରେ ରୁପାନ୍ତରିତ କରି ଧନୀକ ଶ୍ରେଣୀର ସ୍ୱାର୍ଥ ରକ୍ଷା ପାଇଁ ବଚସ୍କର ସାଜିଛନ୍ତି । ପୁନରାୟ କେନ୍ଦ୍ର ସରକାର ଶ୍ରମିକ ଶ୍ରେଣୀ ସ୍ୱାର୍ଥ ବିରୋଧରେ ପାର୍ଲାମେଂଟରେ ନୂତନ ସଂଶୋଧନ ଆଇନ ପ୍ରଣୟନ କରି ଶ୍ରମଜୀବି ଜନତା ପେଟରେ ନାତ ମାରି ମୁଖ୍ୟ କାର୍ପଟଦାର ଦିନରେ ଦଶ ଥର ମଖମଲ୍ଲୀ ପୋଷାକ ପିନ୍ଧି ଅୟସର ହାଇମାରି ରୋମ ନଗରୀର ନିରୋଙ୍କ ଭଳି ବଂଶୀବାଦନରେ ମଜଗୁଲ ଥିବା ବେଳେ ଗରୀବ ଶ୍ରମିକଙ୍କ ପେଟରେ ଜ୍ଜ୍ୱାଳାର ଦହନ ଏ.ଆଇ.ଟି.ୟୁ.ସି.ର ଶତବାର୍ଷିକ ସମାରୋହ ସ୍ଥଳରୁ ପୁଣିଥରେ ଆୱାଜଦିଏ “ଦୁନିଆର ମଜଦୁର ଏକହୁଅ,ଦାବି ହାସଲର ଗୋଟିଏ ବାଟ ଲଢେଇ- ଆଉ ଧର୍ମଘଟ,ଇନ କିଲାବ ଜିନ୍ଦାବାଦ”,ଇତ୍ୟାଦି । ସାରାଦେଶରେ ଆଜି ଏହି ଶତବାର୍ଷିକ ଉତ୍ସବର ଅଂଶ ବିଶେଷ ଭାବେ କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣି ଠାରୁ ସକାଳ ୧୦ଘଟିକା ବେଳେ ଶହଶହ ଶ୍ରମଜୀବି ଜନତା ହାତରେ ନାଲି ପତକା ଓ ଉଦାମ ବସ୍ତ୍ରରେ ଜୀବନ ଜୀବିକା ଦାବିର ଆୱାଜ ଦେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପରିକ୍ରମାକରି ପୈାରସଂସ୍ଥା ଟାଉନହଲ ଠାରେ ପହଁଚିଥିଲେ । ପୂର୍ବାହ୍ନ ୧୧ଘଟିକା ସମୟରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସମ୍ପାଦକ ବାବାଜୀ ଧଳଙ୍କ ଅଧ୍ୟକ୍ଷତାରେ ଶତବାର୍ଷିକୀ ସମାରୋହରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶ୍ରମିକ ନେତା ସି.ପି.ଆଇ.ରାଜ୍ୟ ପାର୍ଟିର ଅନ୍ୟତମ ସମ୍ପାଦକ ସାଥି ଅଭୟ ସାହୁ ଯୋଗଦେଇ ଏ.ଆଇ.ଟି.ୟୁ.ସି.ର ଜନ୍ମଲଗ୍ନରୁ ଆଜି ପର୍ଯ୍ୟନ୍ତ ଶହେ ବର୍ଷର ରକ୍ତକ୍ଷୟୀ ସଂଗ୍ରାମ  ଜରିଆରେ ବହୁ ନୂତନ ଆଇନ ପ୍ରଣୟନ ଶ୍ରମିକ ଶ୍ରେଣୀକୁ ଦେଇଥିବା ସୁଯୋଗ ବିରୋଧରେ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନ ପୁନରାୟ ଶ୍ରମିକ ସଂଗଠନ ନେତୃତ୍ୱରେ ଲଢେଇର ବାଧ୍ୟବାଧକତା  ପରିସ୍ଥିତି ସୃଷ୍ଟି କରିଛି । ଆଜି ସମସ୍ତ ଶ୍ରମିକ ସଂଗଠନ ଓ ଶ୍ରମିକ ଶ୍ରେଣୀ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକ ଏ.ଆଇ.ଟି.ୟୁ.ସି.ର ନୀରବଛିନ୍ନ ତଥା ଶୃଙ୍ଖଳିତ କାର୍ଯ୍ୟଧାରାକୁ ପ୍ରସଂଶା କରିବା ସହିତ ଜିଲ୍ଲା ଶ୍ରମ ଦପ୍ତରରେ ଶ୍ରମିକଙ୍କ ସମସ୍ତ ପ୍ରକାର ସମସ୍ୟା ସମାଧାନର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ସି.ପି.ଆଇ.ଜିଲ୍ଲା ସାଧାରଣ ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ, ସି.ଆଇ.ଟି.ୟୁ.ର ଜଗତଜୀବନ ଦାଶ, ଚାଷୀମୂଲିଆ ସଙ୍ଘର ଫକିର ଚରଣ ଖଟୁଆ, ବିଜୁ ଶ୍ରମିକ ସାମୁଖ୍ୟର ଗଦାଧର ମଲ୍ଲିକ, ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ଅଶୋକ କୁମାର ତ୍ରିପାଠୀ, ପ୍ରଜ୍ଞାଦୀପ୍ତ ସାମଲ, କୃଷ୍ଣ ଚନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଆଶା, ପାଚିକା ଓ ଅଙ୍ଗନୱାଡି ସଙ୍ଘ ପକ୍ଷରୁ କାନ୍ତିପ୍ରଭା ନାୟକ, ସୈାଭାଗିନୀ ପତି, ଅନ୍ନପୂର୍ଣ୍ଣା ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ଏ.ଆଇ.ଟି.ୟୁ.ସି.ର ଶତବାର୍ଷିକ ଉତ୍ସବ ଉପଲକ୍ଷେ ଶୁଭେଛା ଜଣାଇଥିଲେ । ସଂଗଠନର ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିପିଆଇର ସହସଂପାଦକ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *