ଭୁବନ ୦୧/୧୧/୨୦୧୯(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ପିଅନ ବିରଂଚି ନାରାୟଣ ସ୍ୱାଇଁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ତରଣୀସେନ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ,କର୍ମଚାରୀ ମାନେ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ସମୟାନୁବର୍ତିତା ର ଉଚ୍ଚ ପ୍ରଶଂସା କରି ତାଙ୍କର ପରୋପକାର ତଥା ମାନବୀୟ ଗୁଣାବଳୀ ସଂପର୍କରେ ଆଲୋଚନା କରିବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶେଷରେ ଶିକ୍ଷକ,କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଶ୍ରୀଯୁକ୍ତ ସ୍ୱାଇଁ ଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ଉପହାର ଦେଇ ଗ୍ରାମ ପରିକ୍ରମା କରାଇ ତାଙ୍କ ବାସଭବନରେ ବିଦାୟ ଦେଇ ପ୍ରତ୍ୟାବର୍ତନ କରିଥିଲେ । ଓଡ଼ିଶା ସମାଚାର