ଜୁନାଗଡ, ୦୧/୧୧/୨୦୧୯(ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଓ ଜିଲା ଅବକାରୀ ଅଧିକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଜୁନାଗଡ ବ୍ଲକର ବଳଦିଆମାଲ,ପଲାସ ଛକ, ଛୋରିଆଗଡ ଓ ରଣପୁର ଗ୍ରାମରେ ଅତର୍କିତ ଚଢାଉ କରାଯାଇଥିଲା । ଏହି ସମୟରେ ବଳଦିଆମାଲ ଗ୍ରାମର ଭୋଲା ନାଗ,ପଲାସ ଛକର ସୁତସାଇ ମେହେର,ଛୋରିଆଗଡ ଗ୍ରାମର ଭରତ ମହାଳିକ ଓ ରଣପୁର ଗ୍ରାମର ଚୁଡାମଣି ପ୍ରମୁଖଙ୍କ ଠାରୁ ୧୬ଲି.୬ଶହ ମିଳି ଭାଟିମଦ,୧୦ଲିଟର ଚୋରାଦେଶୀ ହାତରନ୍ଦା ମଦ ଓ ୨.୭ଶହ ମିଲି ବିଦେଶୀ ମଦ ଜବତ କରାଯାଇଥିଲା ।ପରେ ଅଭିଯୁକ୍ତଙ୍କୁ ଗିରଫ କରି ଜୁନାଗଡ ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିଲା । ଏହି ଚଢାଉରେ ଅବକାରୀ ସହ ଉପଅଧିକ୍ଷକ ଉମାଚରଣ ପ୍ରଧାନ,ଧର୍ମଗଡ ଅବକାରୀ ନିରୀକ୍ଷକ ସୁବନ ନାଏକ, ଜୁନାଗଡ ଭାରପ୍ରାପ୍ତ ଅବକାରୀ ଉପନିରୀକ୍ଷକ ଦିଲୀପ କୁମାର ରଥ,ଏଏସଆଇ ବସନ୍ତ ବିଶି,କନେଷ୍ଟବଳ ପ୍ରତୀମା ଗହୀର,ବାଲେଶ୍ୱର ଧଙ୍ଗଡାମାଝୀ,ମହାଦେବ ମାଝୀ, ପ୍ରଦ୍ୟୁମ୍ନ ନାଏକ,ଇଶ୍ୱର ଭୋଇ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର