କର୍ଲାମୁଣ୍ଡା,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ଦୀର୍ଘଦିନ ଧରି ପଡିରହିଥିବା ପୌରକେଲା ଅନୁସୂଚୀତ ଜନଜାତି ଛାତ୍ରୀନିବାସ ଉଦଘାଟିତ ହୋଇଯାଇଛି । ଏହା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ହୋଇଥିଲେ ମଧ୍ୟ ଅଦ୍ୟାବଧି ୪୧ଜଣଙ୍କ ନାମ ପଞ୍ଜିକୃତ ହୋଇଛି । ଏହାର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦ୍ର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଆୟୋଜିତ ସଭାରେ ସରପଂଚ କେତକୀ ରଣା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁ.ରାମପୁର ପି.ଏ ବିରଂଚି ନାରାୟଣ ଦରୁଆନ, ବିଡିଓ ପ୍ର୍ରିିୟଦର୍ଶନୀ ମିର୍ଦ୍ଧା, ବ୍ଲକଅଧ୍ୟକ୍ଷା ଅମ୍ରିତା ସାହୁ, ସମିତିସଭ୍ୟ ସୀମାଂଚଳ ଭୋଇ, ମଧୁସୂଦନବାଗ ଓ ଭୂମିଦାନ କରିଥିବା ଯୁଧିଷ୍ଠିର ଭୋଇ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର