Friday , September 29 2023
Breaking News
Home / କୃଷି / ସମବାୟ ସଂସ୍ଥାର କାର୍ଯ୍ୟଦକ୍ଷତା ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଅଣାଯିବ

ସମବାୟ ସଂସ୍ଥାର କାର୍ଯ୍ୟଦକ୍ଷତା ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଅଣାଯିବ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାରେ ସମବାୟ ମାଧ୍ୟମରେ ଋଣ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । କୃଷି କ୍ଷେତ୍ରରେ ଫସଲ ଋଣ ପ୍ରଦାନ ଦିଗରେ ସମବାୟ ସଂସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଏହା କାର୍ଯ୍ୟଦକ୍ଷତା ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଅଣାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମଙ୍ଗଳବାର ଅବାସିକ କାର୍ଯ୍ୟାଳୟରେ ନାବାର୍ଡ ଅଧିକାରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ନାବାର୍ଡ ପକ୍ଷରୁ ଓଡ଼ିଶାର ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକର ଇନ୍ସ୍ପେକ୍ସନ୍ ରିପୋର୍ଟ ଉପରେ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଭାଗ ପକ୍ଷରୁ ପ୍ରତ୍ୟେକ ସମବାୟ ବ୍ୟାଙ୍କର ସମୀକ୍ଷା କରାଯାଉଛି । ଏହିସହିତ ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ ନାବାର୍ଡ ପକ୍ଷରୁ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । ବୈଠକରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବାବେଳେ ନିୟମିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ କରି ଏ ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥିସହିତ ପ୍ରାଥମିକ କୃଷି ସମିତିଗୁଡ଼ିକର ନିୟମିତ ଅଡିଟ୍ କରିବା ଓ ବକେୟା ଅଡିଟ୍ଗୁଡ଼ିକର ସମ୍ପୂର୍ଣ୍ଣ କରିବା ଦରକାର । ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଅଧିକ ପେଶାଦାର ଢଙ୍ଗରେ କାର୍ଯ୍ୟ କରି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମବାୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟର ପ୍ରଦର୍ଶନ ସମ୍ପର୍କରେ ସମୀକ୍ଷା କରିବା ଦିଗରେ ନାବାର୍ଡ ନିକଟରେ ଉପଲବ୍ଧ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ଡାଟା ମ୍ୟାନେଜ୍ମେଂଟ ସିଷ୍ଟମ୍ ଆଦିର ପ୍ରୟୋଗ ସମ୍ପର୍କରେ ନାବାର୍ଡର ଚିଫ୍ ଜେନେରାଲ୍ ମ୍ୟାନେଜର ଏ ଚନ୍ଦ୍ରଶେଖର ବୈଠକରେ ପ୍ରକାଶ କରିଥିବାବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଜ୍ଞାନକୌଶଳର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏଥିସହିତ ବୈଠକରେ ବ୍ୟାଙ୍କଗୁଡ଼ିକରେ ଜମାରାଶି, ଜମା ଓ ଋଣର ଅନୁପାତ, ଋଣ ପ୍ରଦାନ, ପୁଞ୍ଜୀନିବେଶ ଆଦି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଜେନେରାଲ ମ୍ୟାନେଜର ଏପି ଦାସ, ଡିଜିଏମ୍ ଭି ବାଲସୁବ୍ରମଣ୍ୟମ୍ ଓ ଏଜିଏମ୍ ଏନଏଲ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *